ଦଶହରାରରେ ଗଡିବନି ଘରୋଇ ବସ୍

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ୨୦ରୁ ସାରା ରାଜ୍ୟରେ ଗଡିବନି ଘରୋଇ ବସ୍ । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତି ନେଇଛନ୍ତି । ଏହାରି ଭିତରେ ଆଜି ପୁଣି ବସିବ ବୈଠକ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ବସ ମାଲିକ ସଂଘର ଆଲୋଚନା ହେବାର ରହିଛି ।

ଦଶହରା ସମୟରେ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ କିଛି ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜାରେ ଘରୋଇ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ସଂଘ କହିଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ବସକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା

୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଜିଲ୍ଲା ମୁଖ୍ୟାଳୟକୁ ଚଳାଇଛନ୍ତି। ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିନଥିବାରୁ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟ ଘରୋଇ ବସ୍ ମାଲିକସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ଅନ୍ୟପଟେ ଘରୋଇ ବସ ମାଲିକ ସଂଘ ଡାକରା ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.