ଓଡ଼ିଆ ନ୍ୟୁଜ,ଆନ୍ଧ୍ରପ୍ରଦେଶ : ସଫଳ ଉତକ୍ଷେପଣ ହେଲା ଗଗନଯାନ ମିଶନର ଟେଷ୍ଟ ଭେଇକଲ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1କୁ ଲଞ୍ଚ କରାଯାଇଛି । ପ୍ରଥମ ଥର ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଦ୍ବିତୀୟ ଥର ଫ୍ଲାଇଟ ଟେଷ୍ଟରେ ସଫଳ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)।
ସକାଳେ ଉତକ୍ଷେପଣର 5 ସେକେଣ୍ଡ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।ଆଜି ପ୍ରାୟ ୮ଟା ୪୫ ବେଳେ ଲଞ୍ଚିଂର ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଥିଲା ମିଶନ ଗଗନୟାନର ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ । ଉତକ୍ଷେପଣର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଏହାକୁ ସ୍ଥଗିତ ରଖିଥିଲା ଇସ୍ରୋ। ଗଗନଯାନର ଟେଷ୍ଟ୍ ଭେହିକିଲ୍ TV-D1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ସକାଳ ୮ଟା ବେଳେ ଉତକ୍ଷେପଣ ହେବାକୁ ଥିଲା। ଖରାପ ପାଗ ଯୋଗୁଁ ଏହା ପ୍ରଥମେ ୮ଟା ୩୦ ଓ ପରେ ୮ଟା ୪୫କୁ ଘୁଞ୍ଚିଥିଲା ।ତେବେ ଶେଷ ମୁହୂର୍ତ୍ତରେ ଲଞ୍ଚିଂର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଇଞ୍ଜିନ ଇଗ୍ନିଶନରେ କୌଣସି ସମସ୍ୟା ଥିବା ଜଣାପଡ଼ିଥିଲା ।
ଲଞ୍ଚପ୍ୟାଡରୁ ସିଧାପ୍ରସାରଣ ଦୃଶ୍ୟରେ ମଧ୍ୟ ରକେଟ ସାମାନ୍ୟ ଜଳିବା ଉଠିବା ପରେ ପରେ, ପୁଣି ଥରେ ଲିଭି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମରୁ ଅଟୋମେଟିକ ଲଞ୍ଚିଂ ସିକ୍ୱେନ୍ସ ଠିକ୍ ଠାକ୍ ଚାଲିଥିଲା ଏବଂ ଶେଷ ମୁହୂର୍ତ୍ତରେ କଂପ୍ୟୁଟର ତ୍ରୁଟିକୁ ଚିହ୍ନଟ କରି ଆପେ ଆପେ ଉତକ୍ଷେପଣକୁ ସ୍ଥଗିତ ରଖିଥିଲା । ତେବେ ତ୍ରୁଟିକୁ ଚିହ୍ନଟ କରି ଏହାକୁ ସୁଧାରି ଦେଇଛି ଇସ୍ରୋ ।