ରାପିଏଡଏକ୍ସର ଶୁଭାରମ୍ଭ କଲେ ମୋଦୀ

0

ଓଡ଼ିଆ ନ୍ୟୁଜ,ନୂଆଦିଲ୍ଲୀ:  ଦେଶକୁ ମିଳିଲା ପ୍ରଥମ ରାପିଡଏକ୍ସ ଟ୍ରେନ୍ । ଆଂଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ “ନମୋ ଭାରତ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉତରପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡଏକ୍ସ ଟ୍ରେନ “ନମୋ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଆଂଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି । ଆରଆରଟିଏସ୍ ବା ରାପିଡ୍ ଟ୍ରାଂଜିଟ୍ ସିଷ୍ଟମ ଏକ ନୂତନ ରେଳ ବ୍ୟବସ୍ଥା । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମୁ୍ୟଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ-ଗାଜିଆବାଦ-ମେରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଂଟାରୁ କମ୍ ସମୟରେ ପୁରା କରିବ “ନମୋ ଭାରତ’ ଟ୍ରେନ ।

ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ସାରା ଦେଶରେ ଗଡିବ ରାପିଡଏକ୍ସ ।

Leave A Reply

Your email address will not be published.