ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଇଏଏସ ଭଳି ପଦବୀ ପାଇବା ପାଇଁ ପିଲାମନେ ବହୁ ସ୍ବପ୍ନ ଦେଖିଥାନ୍ତି । ଆଉ ଏହି ପଦବୀ ପାଇବା ପାଇଁ ପିଲାମାନେ ଅନେକ କଷ୍ଟ କରିବା ସହ, ବଡ଼ ବଡ଼ ଇନଷ୍ଟିଚ୍ୟୁଟ ଯାଇଥାନ୍ତି। ଏଥିରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ। ତେବେ ଏଠି ପ୍ରଶ୍ନ ଉଠୁଛି, ଏହି ପଦବୀ ପାଇଁ ଏତେ କଷ୍ଟ ପୁଣି ଆଇଏଏସ ପାଇବା ପରେ କାହିଁକି ସ୍ଵେଚ୍ଛାକୃତ ଭାବେ ଛାଡୁଛନ୍ତି ପଦବୀ ? କଣ ଆଇଏଏସ ପଦବୀରେ ନାହିଁ ଦରମା ? ନା କଣ ରହିଛି ରହସ୍ୟ ? ସିଭିଲ ସର୍ଭିସରେ ଚାକିରି ପାଇଁ ଅନେକ ଭାରତୀୟଙ୍କ ସ୍ୱପ୍ନ ରହିଥାଏ। ହେଲେ ଦେଶରେ ଅଛନ୍ତି ଏମିତି IAS ଅଧିକାରୀ ଯେଉଁମାନେ ଏହି ଚାକିରିରୁ ଅବସର ନେଇ ରାଜନେତା ଓ ରାଜନେତ୍ରୀ ସାଜିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି, ବର୍ତ୍ତମାନ ଚର୍ଚ୍ଚାରେ ଥିବା ଭି କେ ପଣ୍ଡିଆନ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି ।
ଅରବିନ୍ଦ କେଜ୍ରିୱାଲ ,ସେ ଜଣେ ଆଇଟିଆନ, ମେକାନିକାଲ ଇଞ୍ଜିନିୟର ଥିଲେ। ସେ 1995 ରେ ଆୟକର ସହକାରୀ କମିଶନର ଭାବରେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ରେ ଯୋଗ ଦେଇଥିଲେ। ଫେବୃଆରୀ 2006 ରେ, ସେ ନୂଆଦିଲ୍ଲୀରେ ଆୟକର ଯୁଗ୍ମ କମିଶନର ପଦରୁ ଇସ୍ତଫା ଦେଇଥିଲେ।। ପରେ ସେ ୨୦୧୨ରେ ଆମ୍ ଆଦମୀ ପାର୍ଟି ଆରମ୍ଭ କରିଥିଲେ। କାହିଁକି ପଦବୀ ଛାଡି ରାଜନୀତିରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢ଼ିଥିଲେ କେଜ୍ରିୱାଲ। ସେ ୨୦୧୩ଠାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ସେହିଭଳି ସତ୍ୟପାଲ ସିଂହ, ଏ ହେଉଛନ୍ତି ପୂର୍ବତନ ଭାରତୀୟ ପୋଲିସ ସେବା, ୧୯୮୦ ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ଅଧିକାରୀ। ସେ ମୁମ୍ବାଇର ପୋଲିସ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୯୦ ଦଶକରେ ମୁମ୍ବାଇରେ ଅପରାଧ ଦୂର କରିବାରେ ଭୂମିକା ଗ୍ରହଣ କରିଥିଲେ। ୨୦୧୪ରେ ସେ ମୁମ୍ବାଇ ପୋଲିସ ମୁଖ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ବାଗପତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ମାନବ ସମ୍ବଳ ବିକାଶ ପାଇଁ ରାଜ୍ୟ ମନ୍ତ୍ରୀ ଥିଲେ। ସେହିପରି, 1994 ବ୍ୟାଚ୍ ର ପୂର୍ବତନ ଓଡିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସାରଙ୍ଗୀ ଚାକିରି ଛାଡି 2019 ନଭେମ୍ବର 27 ରେ 2018 ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପିରେ ଯୋଗ ଦେଇଥିଲେ। ବର୍ତମାନ ଭାରତୀୟ ଜନତା ପାର୍ଟିର ଭାରତୀୟ ରାଜନେତା ତଥା ଭୁବନେଶ୍ୱରରୁ ବର୍ତ୍ତମାନର ସାଂସଦ।
ସେହିଭଳି, ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଥିବା ପୂର୍ବତନ ୫-ଟି ସଚିବ ତଥା ୨୦୦୦ ମସିହାର ଭାରତୀୟ ପ୍ରଶାସନିକ ଅଧିକାରୀ ଭି କେ ପାଣ୍ଡିଆନ ଚଳିତ ମାସ ୨୦ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟ ସରକାର ସେହି ଇସ୍ତଫା ପତ୍ରକୁ ସେହିଦିନ ଅନୁମୋଦନ ସହ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ। ଅକ୍ଟୋବର ୨୩ରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣା ଯାଇଛି ।
ତେବେ କାରଣ କଣ ରହିଛି ? ପଦବୀ ଛାଡି ରାଜନୀତିରେ ଯୋଗ ଦେଉଛନ୍ତି କାହିଁକି ଆଇଏଏସ ବାବୁମନେ । ଆଇଏଏସ ସ୍ବପ୍ନ ପରେ କଣ ମଉଳି ଯାଇଛି ପଦବୀ, ଆଉ ବାଧ୍ୟ ହୋଇ ରାଜନୀତିରେ ପାଦ ଥାପୁଛନ୍ତି ଆଇଏଏସ ବାବୁ ମନେ ।