ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ଲକ୍ଷ୍ମୀ ବସ୍ ନେଇ ବସିବ ବୈଠକ । ଆଜି ରାଜ୍ୟ ସରକାରଙ୍କ ଆଲୋଚନା କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ ମାଲିକ ସଂଘର ବିଭିନ୍ନ ଦାବି ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିବ ବୈଠକ । ଲକ୍ଷ୍ମୀ ବସ୍ ଚଳାଚଳ ଓ ତାକୁ ବିରୋଧ କରି ମାଲିକ ସଂଘ ଯେଉଁ ଦାବି ରଖିଛି, ତାହା ହେଉଛି ବୈଠକର ମୁଖ୍ୟ ପ୍ରସଙ୍ଗ ।
ଦିନ ୧୧ଟା ବେଳେ ଖାରବେଳ ଭବନରେ ଏହି ମିଟିଂ ହେବାର ଅଛି । ବ୍ଲକ ହେର୍ଡ କ୍ୱାଟରରୁ ଜିଲ୍ଲା ହେଡ କ୍ୱାଟରକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ ।ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ଷ । ତେଣୁ ଗତ ଶୁକ୍ରବାରରୁ ବସ୍ ବନ୍ଦ କରିଥିଲେ ମାଲିକମାନେ । ଶୁକ୍ରବାର ବସ୍ ଚାଲିନଥିଲା । ଦଶରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହୋଇଥିଲେ । ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ।