ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପାରା ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ପଦକ ସଂଖ୍ୟାରେ ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କଲା ଭାରତ ।ଏସିଆନ୍ ଗେମ୍ସ 2023 ରେ ଆଥଲେଟ୍ମାନଙ୍କ ଦ୍ୱାରା ମିଳିଥିବା ସଫଳତାକୁ ପ୍ରତିବିମ୍ବିତ କରି, ଯେଉଁଠାରେ ଭାରତ 100 ପଦକ ମାର୍କ (107) ଅତିକ୍ରମ କରିଥିଲା, ଇଣ୍ଡିଆ ପାରା ଆଥଲେଟ୍ମାନେ ମଧ୍ୟ ଏସିଆନ୍ ପାରା ଗେମ୍ସରେ ସର୍ବାଧିକ ପଦକ ହାସଲ କରି ରେକର୍ଡ ବହିରେ ଇତିହାସ ସୃଷ୍ଟି କରିଛି । ଭାରତୀୟ ପଦକ ତାଲିକାରେ 73 ଟି ପଦକ ବୃଦ୍ଧି ପାଇଛି ଏବଂ ଏସୀୟ ପାରା ଗେମ୍ସରେ ସବୁଠୁ ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିବାକୁ ଚେଷ୍ଟା କରୁଥିବା ବେଳେ ଗଣନା କରାଯାଇଛି।
ପାରା ଏସୀୟ ଗେମ୍ସରେ ଭାରତର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ 2018 ଇଭେଣ୍ଟରେ ଆସିଥିଲା ଯେତେବେଳେ ଏହା 15 ଟି ସ୍ୱର୍ଣ୍ଣ ପଦକ ଜିତିଥିଲା | 2010 ସଂସ୍କରଣରେ ଭାରତ 14, 2014 ରେ 33 ଏବଂ 2018 ରେ 72 ପଦକ ଜିତିଥିଲା | ପାରା ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା 73 ଛୁଇଁଛି । ତୃତୀୟ ସଂସ୍କରଣରେ ଭାରତର ପଦକ ସଂଖ୍ୟା 72 ରହିଥିବା ବେଳେ ଚତୁର୍ଥ ସଂସ୍କରଣ ଶେଷ ନହେବା ପୂର୍ବରୁ ପଦକ ସଂଖ୍ୟା 73ରେ ପହଞ୍ଚିଛି । ଭାରତୀୟ କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛି ଭାରତ । କ୍ରୀଡା ଶେଷ ହେବା ପୂର୍ବରୁ ପଦକ ସଂଖ୍ୟା 100 ପାର ହେବ ବୋଲି ଆଶା କରାଯାଉଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡାବିତଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । କ୍ରୀଡାବିତଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ପାରା ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ।
73ଟି ପଦକ ମଧ୍ୟରେ 17ଟି ସ୍ବର୍ଣ୍ଣ, 21ଟି ରୌପ୍ୟ ଓ 35ଟି ବ୍ରୋଞ୍ଜ ମେଡାଲ ରହିଛି । ଚତୁର୍ଥ ଦିନର ଇଭେଣ୍ଟ ଶେଷ ହୋଇନଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା 9ଟି ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡାବିତ । ସେଥି ମଧ୍ୟରେ 2ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ 6ଟି ବ୍ରୋଞ୍ଜ ପଦକ ରହିଛି । ଭାରତ ପାଇଁ 73 ତମ ପଦକ ଜିତିଛନ୍ତି ନିତ୍ୟାଶ୍ରୀ । ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମହିଳା ସଟଫୁଟର F-34 ଇଭେଣ୍ଟରେ କ୍ରୀଡାବିତ ଭାଗ୍ୟଶ୍ରୀ ମାଧବରାଓ ଜାଦଭଙ୍କ ରୌପ୍ୟ ପଦକ ହାସଲ କରିଛନ୍ତି । ସଟଫୁଟକୁ ସେ 7.54 ମିଟର ଥ୍ରୋ କରି ସେ ଏହି ସଫଳତା ପାଇଛନ୍ତି ।