ତୁଟୁନି ସେବାୟତଙ୍କ କଳି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସେବାୟତଙ୍କ ମଧ୍ଯରେ ବିବାଦ ଯୋଗୁଁ ଆଜି ବି ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲି ପରି ଆଜି ବନ୍ଦ ରହିଛି ଶ୍ରୀଲିଙ୍ଗରାଜ ନୀତିକାନ୍ତି । ତେବେ ସୂଚନା ମୁତାବକ ବୁଧବାର ଠାରୁ ଉପାସରେ ଅଛନ୍ତି ପ୍ରଭୁ । ବନ୍ଦ ରହିଛି ନୀତିକାନ୍ତି । ଗତକାଲି ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ । ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଇଛନ୍ତି ସେବାୟତ ।

ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ସରିବା ପରେ ହୋଇ ନଥିଲା ଆଳତୀ ନୀତି । ଏ ସବୁ ନୀତି ବ୍ରାହ୍ମଣ ପତ୍ରି ଓ ପୂଜା ପଣ୍ଡା ନିଯୋଗ କମିଟି କରିବା କଥା । ହେଲେ ସେମାନେ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇ ନଥିଲା । ଅନ୍ୟପଟେ ଅବକାଶ ନୀତି ବଡୁ ନିଯୋଗ କରିଛି । ନୀତି ବିଭ୍ରାଟ ପଛରେ ଲିଙ୍ଗରାଜଙ୍କ ଜାଗାକୁ ନେଇ 3 ନିଯୋଗ ମଧ୍ୟରେ ରହିଛି ବିବାଦ । ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l

2019 ରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ଜଣାଇଲା ପରେ ମଧ୍ୟ କୌଣସି ସମାଧାନ ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଥିବା ପୂଜା ପଣ୍ଡା ସମ୍ପାଦକ କହିଛନ୍ତି । ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ । ବ୍ରାହ୍ମଣ ନିଯୋଗର ପତ୍ରି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି । ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଏହା ପଛରେ କାରଣ କଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ ବୋଲି ଲିଙ୍ଗରାଜ ନୀତି ସୁପରଭାଇଜର କହିଛନ୍ତି ।

Leave A Reply

Your email address will not be published.