ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ରାଇରଙ୍ଗପୁର ନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିରାଟ ଶୋଭା ଯାତ୍ରା ବାହାରି ବଜାର ଗୋଲେକ ଛକ ଦେଇ ଅଳାଁଡୁବା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପହଞ୍ଚିଥିଲେ | ସେଠାରେ ଏକ ସଭା ଆୟୋଜିତ ହୋଇଥିଲା | ଉକ୍ତ ବୈଠକରେ ମୟୂରଭଞ୍ଜ ବିଭାଗ ବ୍ୟବସ୍ଥା ପ୍ରମୁଖ ଉଦୟ ନାରାୟଣ ସିଂ, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ରାଜୀବ ଲୋଚନ ସିଂ, ଜିଲ୍ଲା ପ୍ରଚାରକ ସୁଦାମ ସିଂ, ରାଇରଙ୍ଗପୁର ନଗର ସଂଚାଳକ ମାନନୀୟ ବସନ୍ତ କୁମାର ମହାପାତ୍ର, ରାଇରଙ୍ଗପୁର ଜିଲ୍ଲା ପ୍ରଚାର ପ୍ରମୁଖ ସରୋଜ କୁମାର ମହାନ୍ତ, ଜିଲ୍ଲା ସଂପର୍କ ପ୍ରମୁଖ ବିରଞ୍ଚି ନାରାୟଣ ସିଂ, ମୟୂରଭଞ୍ଜ ଜିଲ୍ଲା ପ୍ରଚାରକ ତପକ ନାୟକ ତଥା ସଂଘ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ଗଣ ଉପସ୍ଥିତ ଥିଲେ |
ସଭା ପ୍ରାରମ୍ଭରେ ଅତିଥିଗଣ ରାଷ୍ଟ୍ରୀୟ ଗୈରିକ ଧ୍ବଜାକୁ ଉତ୍ତୋଳନ କରି ଗୁରୁଜୀଙ୍କ ଫଟୋ ଚିତ୍ରରେ ଧୂପ ଓ ପ୍ରଦୀପ ପ୍ରଜ୍ଜଳନ କରିଥିଲେ | ବକ୍ତବ୍ୟ ଅନୁଯାୟୀ ଆଜି ପବିତ୍ର ବିଜୟା ଦଶମୀ | ଏହିଦିନ ପରମ ପୂଜ୍ୟ ଗୁରୁଜୀ ଡଃ କେଶବ ବଳିରାମ ହେଡଗେୱାର ୧୯୨୫ ବିଜୟା ଦଶମୀ ଦିନ ନାଗପୁରର ମହିତୱାର୍ଡା ଠାରେ ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ପ୍ରତିଷ୍ଠା କରିଥିଲେ | ଏହା ହିନ୍ଦୁ ଧର୍ମକୁ ସମ୍ମାନ କରେ | ପୁଣି ବସୁଧୈବ କୁଟୁମ୍ବକମ୍ ଭାବନାରେ ସମସ୍ତଙ୍କ ଭିତରେ ଭାଇଚାର, ମୈତ୍ରୀ, ଏକତା ଓ ସଦଭାବନା ବୀଜବପନ କରିଥାଏ |
ଏହି ବିଜୟା ଦଶମୀରେ ଆସୁରିକ ଶକ୍ତି ରୂପୀ ମା ଦୁର୍ଗା ଦମନ କରି ସଂସାରର ଦୁଃଖ କଳାଛାୟା ପ୍ରତିହତ କରିଥିଲେ | ଉକ୍ତ ଦିନ ଗୁରୁଜୀ ଭାରତର ଅନ୍ୟାୟ , ଅତ୍ୟାଚାର ଓ କୁସଂସ୍କାର କୁ ଦୂରିଭୂତ କରିବାର ପ୍ରଚେଷ୍ଟା ନେଇ ପ୍ରତିଷ୍ଠା କଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ | ଏହି ସଭାରେ ସଂଘ କପରି ଗଠନ ହେଲା , ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟପ୍ରଣାଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |