ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ୧୯୭୫ ମସିହା ଭଳି ଆଉ କେବେ ବି ଭାଙ୍ଗିବ ନାହିଁ ଆମ୍ବ ଗଡିଆ ଘାଇ। ଆଉ ଭାସିବେନି କି ଦୁର୍ଦ୍ଦଶା ଭୋଗିବେ ନାହିଁ ସ୍ଥାନୀୟ ଅଞ୍ଚଳ ବାସୀ । ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅଧିନ ଆଖୁଆପଦା ଠାରୁ ବୈତରଣୀ ନଦୀ ଉପର ଶଯ୍ୟା ନଦୀବନ୍ଧର ତେସିଙ୍ଗା ପଞ୍ଚାୟତ ଅଧୀନ ଅବସ୍ତିତ ଆମ୍ବଗଡିଆ ଗ୍ରାମ ଠାରେ ଥିବା ବହୁ ଚର୍ଚ୍ଚିତ ଆମ୍ବ ଗଢିଆ ଘାଇର ସ୍ଥାୟୀ ସମାଧାନ କଥା । ୧୯୭୫ ମସିହାର ବୈତରଣୀ ବନ୍ୟା ଜଳରେ ଏହି ନଦୀବନ୍ଧ ଏଇ ଘାଇଟି ସୃଷ୍ଟି ହୋଇ ବହୁ କ୍ଷୟକ୍ଷତି ହୋଇଥିଲା ଆଉ ତାପରେ ତାର ଜରୁରୀ କାଳୀନ ଅବସ୍ଥାରେ ମରାମତି ହୋଇଥିଲା ।
ହେଲେ ଏବେ କ୍ରମାଗତ ସେଇ ଘାଇ ଉତ୍ପନ ହୋଇଥିବା ସେହି ସ୍ଥାନ ଟି ଧସିବା ନେଇ ଖବର ବ୍ୟାପିଲା ପରେ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍ୟମ କ୍ରମେ ଉକ୍ତ ଆମ୍ବ ଗଢ଼ିଆ ଘାଇର ସ୍ଥାନକୁ ସ୍ଥାୟୀ ଭାବେ ମରାମତି କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉଦ୍ୟମ କ୍ରମେ ବିଭାଗ ପକ୍ଷରୁ ସଂପୃକ୍ତ ସ୍ଥାନକୁ ଉପଯୁକ୍ତ ଭାବେ ପୁନଃନିର୍ମାଣ କରାଯାଉଛି। ସ୍ଥାନୀୟ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ପ୍ରମୁଖ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ସଂପୃକ୍ତ ସ୍ଥାନର ଉଭୟ ପାର୍ଶ୍ଵକୁ ପଥର ପ୍ୟାକିଂ କରିବାକୁ ପରାମର୍ଶ ଦେଇଛନ୍ତି।
ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଉକ୍ତ ସ୍ଥାନକୁ ପରିଦର୍ଶନ କରିବା ସହ ସଂପୃକ୍ତ ସ୍ଥାନରୁ ଗ୍ରାମକୁ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ ୧୯୭୫ ମସିହାରେ ଆମ୍ବଗଡିଆ ଠାରେ ବୈତରଣୀ ନଦୀବନ୍ଧ ଭାଙ୍ଗି ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ନଦୀବନ୍ଧ ପୁନଃନିର୍ମାଣ ହୋଇଥିଲେ ବି ସେହି ସ୍ଥାନରେ ବନ୍ଧ କ୍ରମାଗତ ଭାବେ ଧସୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହି ଆସୁଥିଲେ । ଏହାର ସ୍ଥାୟୀ ପ୍ରତିକାର ହେବାରୁ ଏବେ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।