ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ| ଆଜି ବାମନଘାଟୀ ଉପଖଣ୍ଡ ତିରିଂ ବ୍ଲକ ଜଂଘିଆ ଗ୍ରାମ ଓ ନୂଆ ଗାଁ ଠାରୁ ବୀର ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରା କରାଯାଇଥିଲା | ଏଥିରେ ବୀରଙ୍କୁ ନମନ ଏବଂ ବନ୍ଦନା କରାଯାଇ ସଙ୍ଗୀତ ଗୁଂଜରୀତ ହୋଇଥିଲା | ଏହା ହିଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ |

ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ବର ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରାଯିବା ସହ ଆସନ୍ତା ୩୧ ତାରିଖ ଦିନ ଦିଲ୍ଲୀରେ ବୀର ସହିଦ ସ୍ମାରକୀ ସ୍ଥାପନା କରାଯିବ ବୋଲି ଦେଶପ୍ରେମୀ ଲୋକେ ସୂଚନା ଦେଇଥିଲେ | ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ ଫାଗୁରାମ ମାଣ୍ଡି, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଦ,

ବଡଡାଳିମା ସଭାପତି ସୁନୀଲ ସାୱୟାନ, ତିରିଂ ମଣ୍ଡଳ ସଭାପତି ରତନ ମହାନ୍ତ, ସାଧାରଣ ସଂପାଦକ ତପନ ବେହେରା, ବଡଡାଳିମା ସରପଞ୍ଚ ରାମେଶ୍ବର ପୂର୍ତ୍ତୀ, ଶେଖର ସୟ, ଶଙ୍କର ବିନ୍ଧାଣୀ, ଶିବାଜୀ ପାତ୍ର, ଜଳେନ ନାଏକ, ସୁନ୍ଦରମୋହନ ଟୁଡୁ, ବିଜୟ ଗିରି, ରତିକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.