ବିଧବା ମହିଳାଙ୍କଠୁ ଲଂଚ ନେବା ବେଳେ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ, (ଭଦ୍ରକ):  ଜୀବନରେ ଅନେକ ଦୁଃଖଦ କାହାଣୀ ଆପଣ ଦେଖିଥିବେ, ହେଲେ ଆଜି ଆମେ ଜଣେ ୪୫ ବର୍ଷୀୟା ଅସହାୟ ବିଧବା ମହିଳାଙ୍କ କାହାଣୀ ଦେଖାଇବୁ ଯିଏ ଦୁଃଖ କଷ୍ଟରେ ଆବାସ ଯୋଜନାରେ ଘର କରି ସାରିବା ପରେ ସରକାରୀ ବାବୁଙ୍କ ସହଯୋଗ ଆଉ ଲାଞ୍ଚ ମାଗିବା କାରଣ ରୁ ଏଯାଏଁ ଶେଷ କିସ୍ତି ୩୦ ହଜାର ଟଙ୍କା ବିଲ ପାଇବାକୁ ବଞ୍ଚିତ ହୋଇ ରହିଛନ୍ତି କାଠି ନାୟକ।ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ ଅଧୀନ ମାଳଦା ଗ୍ରାମର ଅସହାୟ ବିଧବା ମହିଳା କାଠି ନାୟକଙ୍କ ଦୁଃଖଭରା କାହାଣୀ। ଆଜକୁ ୧୦ ବର୍ଷ ତଳେ କାଠି ନାୟକଙ୍କ ସ୍ବାମୀ ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ବରଣ କଲା।

ସ୍ୱାମୀ କୁ ହରାଇ ଏକୋଇରବଳା ଭିନ୍ନକ୍ଷମ ପୁଅ କାଳନ୍ଦୀ କୁ ଭରସା କରି ବାପାଙ୍କ ପୈତୃକ ସମ୍ପତି ଉପରେ ଭାଇ ମାନଂକ ସହଯୋଗରେ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ ବିଧବା ମହିଳା କାଠି ନାୟକ ।ମୁଣ୍ଡି ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନ ଥିଲା ,ଏଇ ଭଙ୍ଗା ଚ।ଳ ଛପର ଘର ଭିତରେ ଜୀଵନ ବିତାଉଥିଲେ ଅସହାୟ ମହିଳା କାଠି ଆଉ ତାର ଛୋଟ ପରିବାର ।ବହୁତ ଥର ନେତା ମନ୍ତ୍ରୀ ବ୍ଲକ ପ୍ରଶାସନ ଦ୍ୱାରଥ ହେବା ପରେ ବହୁ କଷ୍ଟରେ ୨୦୧୮-୧୯ ମସିହାରେ ୧ ଲକ୍ଷ ୨୦ ହଜାର ଟଙ୍କାର ଆବାସ ଗୃହ ପାଇଥିଲେ କାଠି ନାୟକ।ଅଭାବୀ ପରିବାର ହୋଇଥିବାରୁ ଧାର କରଜ କରି ବିଳମ୍ବରେ ଭାଇ ଘରକୁ ଲଗାଇ ଏକ ଘର କରି ଆବାସ ଘର ଛାତ ପକାଇଥିଲେ କାଠି। ଏହାର ଶେଷ କିସ୍ତି ୩୦ ହଜାର ଟଙ୍କାର ବିଲ୍ ପୈଠ ପାଇଁ କାଠି ନାୟକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରିଥିଲେ।

ଶହେ ଥର କାଠି ଆଉ ତାଙ୍କ ଭାଇ ଏନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଥିଲେ।ତେବେ କାର୍ଯ୍ୟ ନିର୍ବାହୀ ଅଧିକାର ଶେଷରେ ବିରକ୍ତ ହୋଇ ଫାଇଲ ହଜିଯାଇଛି ଆଉ ଫାଇଲ ଖୋଜିବା ଓ ବିଲ୍ କରିଦେବା ପାଇଁ ୨ ହଜାର ଟଙ୍କା କାଠି ଙ୍କ ଭାଇ କୁ ମାଗିଥିଲେ।ଆଉ କହିଥିଲେ ୨ ହଜାର ଟଙ୍କା ଦେଲେ ମାସେ ଭିତରେ ନିଶ୍ଚୟ ବିଲ୍ ପାଇଯିବ ନଚେତ୍ ମୁ ଟଙ୍କା ଫେରେଇ ଦେବି।ଯାହାର ଅଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଗରିବ ପରିବାର ହୋଇଥିବାରୁ ବିଲ୍ ଉଠାଇ କରଜ ଅର୍ଥ ଶୁଝିବାକୁ କଥା ଦେଇଥ‌ିବା କାଠି ଏବେ ୨ ହଜାର ଟଙ୍କା ଲାଞ୍ଚ କଉଠୁ ଆଣିବ ଶେଷରେ ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ଥିବା କାଠି ଜିଲ୍ଲାପାଳଙ୍କୁ ନିକଟରେ ଗୁହାରୀ କରିଛନ୍ତି। ଏପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ଏହି ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛିl ତେବେ ଲାଞ୍ଚ ମାଗିବା ଅଭିଯୋଗରେ ଶ୍ରୀ ପଣ୍ଡାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେବ ତାହା ଜିଲ୍ଲାପ୍ରଶାସନ ଙ୍କୁ ଜଣା।ହେଲେ କେବେ ମିଳିବ ଗରିବ ଅସହାୟ ବିଧବା ମହିଳା କାଠି ଙ୍କୁ ତାଙ୍କର ଶେଷ କିସ୍ତି ୩୦ ହଜାର ଟଙ୍କା ତାହା କେବଳ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.