ଜାମଦା ଠାରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଜାମଦା ଠାରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ | ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିର୍ଦ୍ଦେଶରେ ଭାରତବର୍ଷର କୋଣ ଅନୁକୋଣରୁ ବିଭିନ୍ନ ଧର୍ମପୀଠ ଓ ବିଭିନ୍ନ ଗ୍ରାମର ଦେବାଦେବୀ ପୀଠରୁ ମୃତ୍ତିକା ଆଣି ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ କରିବା ଉଦ୍ଦେଶ୍ୟରେ ଅମୃତ କଳସ ଯାତ୍ରା ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି | ମହାନ ସ୍ବାଧୀନତା ସଂଗ୍ରାମୀ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦିଲ୍ଲୀରେ ଏକ ଅମୃତ ବାଟିକା ନିର୍ମାଣ କରିବାର ଯୋଜନା ମୋଦିଜୀ ରଖିଛନ୍ତି | ୨୮ ତାରିଖ ଏହି ମାଟି ଭୁବନେଶ୍ବରକୁ ଯିବ, ତାପରେ ୩୧ ତାରିଖ ଦିନ ଦିଲ୍ଲୀରେ ବୀର ସହିଦମାନଙ୍କର ସ୍ମାରକୀ ରୂପେ ଅମୃତ ବାଟିକା ସ୍ଥାପନା କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି |

ଏହି ପରିପ୍ରେକ୍ଷୀରେ ଆଜି ସକାଳବେଳା ବାମନଘାଟୀ ଉପଖଣ୍ଡ ବହଳଦାରୁ ମାଟି ସଂଗ୍ରହ ପରେ ଅପରାହ୍ନ ସମୟରେ ଜାମଦା ଠାରୁ ମାଟି ସଂଗ୍ରହ କରାଯାଇଥିଲା | ଏଥିରେ ଜାମଦା ଠାରେ ସହିଦ ଜବାନ ଅମର ରହେ, ଭାରତ ମାତା କି ଜୟ ର ନାରା ଗୁଂଜରୀତ ହୋଇଥିଲା | ଏହା ସହିତ ସଂକୀର୍ତ୍ତନ ଦଳଙ୍କ ହରିନାମରେ ଅମୃତ କଳସ ଯାତ୍ରା କରାଯାଇଥିଲା | ଏହା ସ୍ଥାନୀୟ ଜାମଦା ଶିବ ମନ୍ଦିର ଠାରୁ ବାହାରି ସୁନାରାମ ସୋରେନ ଛକରେ ପହଞ୍ଚିଥିଲା | ସେଠାରେ ପହଞ୍ଚି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତୀରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ପବିତ୍ର ଧୂପ ଦେବା ପରେ ଏହି ଯାତ୍ରାର ଉଦ୍ଦେଶ୍ୟ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ |

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ଦଳର ନେତୃମଣ୍ଡଳୀୟ ଲୋକେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ | ସେମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ବିଜୁ ଗୋପାଳ ଗୋପ, ସାଂସଦ ପ୍ରତିନିଧି ସାମନ୍ତଶେଖର ଗିରି, ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡି, ଜାମଦା ମଣ୍ଡଳ ସଭାପତି ତୁରାନ ଦେଓଗାଁ, କୁସୁମୀ ମଣ୍ଡଳ ସଭାପତି ନାରାୟଣ ବାଙ୍କିରା, ବୁଥ୍ କୋଡିନେଟର ଦୀପକ କୁମାର ପୂର୍ତ୍ତୀ, ବଡ କୁଲେଇବିରା ପଞ୍ଚାୟତ ସମିତି ସଭ୍ୟ ମଧୁସୂଧନ ଟୁଡୁ, ବରିଷ୍ଠ ନେତା ବିଜୟ ପାତ୍ର, ନରେନ୍ଦ୍ର ପାତ୍ର, ମାନସରଂଜନ ମହାକୁଡ ତଥା କାର୍ଯ୍ୟକାରୀ ସଦସ୍ୟଗଣ ରବିନ୍ଦ୍ର ଚନ୍ଦ୍ର ଗିରି, ସାହେବ ସିଦ୍ଧୁ, ଭବାନୀ ଶଙ୍କର ବେହେରା, ଲାଲ ମୋହନ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.