ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମିଆଁମାରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୋର ପ୍ରାୟ ୪ଟା ୫୩ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ କ୍ଷତି ହୋଇଥିବା ନେଇ ସୂଚନା ଏଯାଏଁ ମିଳି ନାହିଁ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ ଆଜି ଭୋର ୪ଟା ୫୩ମିନିଟରେ ମିଆଁମାରରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ୩୦ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପ ସମୟରେ ଏଣେ ତେଣେ ଧାଁ ଦୌଡ଼ ବାକୁ ଲାଗିଥିଲେ । ମାତ୍ର କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ଅପଡେଟ୍ ଜାରି ରହିଛି ।
ଏହା ପୂର୍ବରୁ ଗତ ଅକ୍ଟୋବର ୧୫ ତାରିଖରେ ଦିଲ୍ଲୀ-ଏନସିଆର୍ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ, ଫରିଦାବାଦ, ଗ୍ରେଟର ନୋଏଡା, ଗାଜିଆବାଦ, ନୋଏଡାରେ ମଧ୍ୟ ଅନୁଭୂତ ହେଲା ଭୂମିକମ୍ପ ଝଟକା। ଭୂମିକମ୍ପର କେନ୍ଦ୍ର ଫରିଦାବାଦ ଥିଲା। ଭୂମିକମ୍ପର ତୀବ୍ରତା ୩.୧ ଥିଲା।