ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଖାଇବାକୁ ପଡିବନି କୋଭିଡ ସାର୍ଟିଫିକେଟ: ଫେବୃଆରୀ ୨୧ରୁ ଲାଗୁହେବା ନୁଆ ନିୟମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା  ପାଇଁ ଆଉ ରହିବନି କଟକଣା। ଭକ୍ତମାନଙ୍କୁ ଆଉ ଦେଖାଇବାକୁ  ପଡିବନି କୋଭିଡ ସାର୍ଟିଫିକେଟ । ଫେବୃଆରୀ ୨୧ରୁ ଲାଗୁହେବାକୁ ଯାଉଛି ଏହି ନୁଆ  ନିୟମ। ମନ୍ଦିର ପାଖରୁ  ହଟିବ କିଓସ୍କ କାଉଣ୍ଟର। କିନ୍ତୁ ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନୀତିକାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନିତି ସୃଙ୍ଖଳିତ କରିବା ପାଇଁ ହେବ ନିତି ସବକମିଟି ବୈଠକ।  ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ଥ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ ।  ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯାଇ ସେତେବେଳର ସ୍ଥିତି ଦେଖି ରବିବାର ବନ୍ଦ ନେଇ ନିଷ୍ପତି ନିଆଯିବ ।

kobindସେପଟେ ୧୯ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ।  ଗସ୍ତକୁ ନେଇ ଆଜି ପୁରୀରେ ଶ୍ରୀମନ୍ଦିର ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକ ବସିଥିଲା ।  ସଂଧ୍ୟା ୫ଟାରୁ ୫.୪୫ମଧ୍ୟରେ ରାଷ୍ଟ୍ରପତି ପରିବାର ସହ ଶ୍ରୀମନ୍ଦିର ଗର୍ଭଗୃହରେ ଦର୍ଶନ କରିବେ । ଏଥିପାଇଁ ଅପରାହ୍ନ ୪ ଟାରୁ ୬ ଟା ପର୍ଯ୍ଯନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କୁ ସିଂହଦ୍ୱାରରେ ଗଜପତି ଦିବ୍ଯାସିଂ ଦେବ, ଛତିଶl ନିଯୋଗ ନାୟକ, ପୈତୃକ ପଣ୍ଡା ପାଛୋଟି ନେବେ l ଗସ୍ତ ସମୟରେ ସୀମିତ ସଂଖ୍ଯକ  ସେବାୟତ ରହିବେ l

Leave A Reply

Your email address will not be published.