ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତ ରେ ଥିବା ମିସନଶକ୍ତି କେନ୍ଦ୍ର ରେ ଚାଲିଛି ଟଙ୍କା କାର ବାର | ସର ସଦା ପଂଚାୟତ ରେ ଥିବା ଖାରିଯି ପିରୀପୂର୍ ଗ୍ରାମର | ମାଆ ମଙ୍ଗଳା ଏସ ଏଚ ଜି ଗ୍ରୁପ |ଗ୍ରୁପ ର ଦଶ ଜଣ ମେମ୍ବର ଅଛନ୍ତି |ବର୍ଷକ ପୂର୍ବରୁ ଏକ ଲକ୍ଷ, ଅସି ହଜାରେ ଟଙ୍କା ଲୋନ କରିଥିଲେ |
ଲୋନ ହୋଇ ଥିବା ଟଙ୍କା ଜମା ଖାତାକୁ ନ ଦେଇ ଏମବିକେ ସାବିତ୍ରୀ ଜେନା ଡାକ ନା ମାମି ନିଜେ ସେ ଟଙ୍କାକୁ ଗ୍ରୁପ୍ ମେମ୍ବର ମାନଙ୍କୁ ବଣ୍ଟି ଥିଲେ | ଜଣକା ଅଠର ହଜାରେ ପାଇବା କଥା କିନ୍ତୁ ପାଇଲେ ସୋଳ ହଜାରେ ଲେଖା | ଗ୍ରୁପ ର ମହିଳା ମାନେ ପଚାରି ଵାରୁ ଏମ ବି କେ ମାମି ମାଡାମ କହିଲେ ଓପର ଅଫିସର ଲାଞ୍ଚ ନେବେ କୋଡ଼ିଏ ହଜାରେ,ଏଥିରେ ମହିଳା ମାନେ ରାଗି ବ୍ଲକ କୁ ଯାଇ ମିଶନ ଶକ୍ତି ର ଅଧିକାରୀ ସୁବ୍ରତ ପଣ୍ଡା ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ଅନ୍ୟପଟେ ବିଡ଼ିଓ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି |
ସରକାର ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଲୋନ୍ ଦେଉଥିବା ବେଳେ ସେପଟେ ଏମ୍ବିକେ ମାମି ମାଡାମ କୋଡ଼ିଏ ହଜାର ଟଙ୍କା ଚଳୁ କରିଦେଇ ଥିବେ ଅଭିଯୋଗ |