ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଫଳ ଓ ଶାଗ ପନିପରିବା ମାମଲାରେ ଆମ ଦେଶ ହେଉଛି ଧନୀ । ଏଠାରେ ମାଂସାହାରୀ ବଦଳରେ ଶାକାହାରୀ ଭୋଜନକୁ ସମସ୍ତେ ଅଧିକ ପସନ୍ଦ କରନ୍ତି । ହେଲେ ଜ୍ଞାନର ଅଭାବ କାରଣରୁ ସେମାନେ ଗୁଣକାରୀ ପନିପରିବାର ଲାଭ ଉଠାଇ ପାରନ୍ତିନି । ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନା ଛୁଇଁ ଯେତିକି ଟେଷ୍ଟ ଲାଗେ ତାର ପତ୍ର ମଧ୍ୟ ସେତିକି ଉପକାରୀ ।ସଜନା ପତ୍ରରେ ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାର । ତେବେ ସଜନାଛୁଇଁରେ ପୋଟାସିୟମ୍, ଫସ୍ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ରହିଛି ।
ସଜନାରେ ଥିବା ରାଇବୋଫ୍ଲୋବିନ୍ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ। ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।ସଜନା ଶାଗରେ ଥିବା କ୍ଲୋରୋଜେନିକ୍ ଏସିଡ୍ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ।
ସେହିପରି ସମଗ୍ର ବିଶ୍ବରେ ବର୍ତ୍ତମାନ ମଧୁମେହ ଏକ ଚିନ୍ତାର ବିଷୟ । ଏହା ସହ ମେଦବହୁଳତା ,ଉଚ୍ଚରକ୍ତଚାପ, ମାନସିକ ଚାପଗ୍ରସ୍ତ ଆମର ଅନିୟମିତ ଜୀବନଶୈଳୀ ଯୋଗୁଁ ଦେଖାଯାଇଥାଏ । ଏହି କାରଣରୁ ଧିରେ ଧିରେ ଏହା ମାନସିକ ରୋଗର ରୂପ ନେଇପାରେ । ଯଦି ଆପଣ କିମ୍ବା ଆପଣଙ୍କ ଘରର ସଦସ୍ୟ ଏହି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାକୁ ଖାଇବା ଆପଣଙ୍କୁ ଲାଭ ଦେଇଥାଏ । ସଜନା ପତ୍ର ବ୍ୟବହାର ଦ୍ବାରା ବହୁ ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ମୋଟାପଣ ଦୂର କରିବା ସହ ଶରୀରର ଚର୍ବି ମଧ୍ୟ ଏହା ହ୍ରାସ କରିଥାଏ । ରକ୍ତ ବି ସଫା ହୋଇଥାଏ ।
ଅଧିକ ସଜନା ଛୁଇଁ ଖାଇବା ଦ୍ୱାରା ଡେଲିଭରି ସମୟରେ ଅଧିକ ଯନ୍ତ୍ରଣା ହୋଇନଥାଏ