ଖସିବାରେ ଲାଗିଛି ରାଜ୍ୟର ପାରଦସ୍ତର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଜ୍ୟର ପାରଦସ୍ତର ଧୀରେଧୀରେ ଖସିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାଜ୍ୟର ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଛି। ଏହାପଛକୁ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି, କୋରାପୁଟରେ ୧୩.୨, ଫୁଲବାଣୀରେ ୧୩.୫, କିରେଇରେ ୧୪.୮, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୬ ଓ କେନ୍ଦୁଝରରେ ୧୬.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଅନ୍ୟପଟେ ରାଜ୍ୟର ବାୟୁ ପ୍ରବାହରେ ପରିବର୍ତ୍ତନର ସମ୍ଭାବନା ଥିବାରୁ ଏବେ କିଛି ଦିନ ପାଇଁ ଥଣ୍ଡା କମିବ ଓ ତାପମାତ୍ରା ସାମାନ୍ୟ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଗତ ୨୪ ଘଂଟା ମଧ୍ୟରେ ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୨ ଡ଼ିଗ୍ରୀ ରେକର୍ଡ ହୋଇଛି।

ସେହିପରି କୋରାପୁଟରେ ୧୨.୮ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୧୩ ଡ଼ିଗ୍ରୀ, ଜି.ଉଦୟଗିରିରେ ୧୩.୨ ଡ଼ିଗ୍ରୀ, ଫୁଲବାଣୀରେ୧୫.୧ ଡ଼ିଗ୍ରୀ, ନବରଙ୍ଗପୁରରେ ୧୫.୪ ଡ଼ିଗ୍ରୀ, କିରେଇରେ ୧୫.୫ ଡ଼ିଗ୍ରୀ, କେନ୍ଦୁଝରରେ ୧୬.୮ ଡ଼ିଗ୍ରୀ ଏବଂ ଅନୁଗୁଳରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୬.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave A Reply

Your email address will not be published.