ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ-୨୦୨୩

0

ଓଡ଼ିଆ ନ୍ୟୁଜ, (କେନ୍ଦ୍ରାପଡ଼ା) : ଦୁର୍ନୀତିର ଅକ୍ଟୋପସ୍ ପଞ୍ଝାରୁ ମୁକୁଳିବା ପାଇଁ ଆମକୁ ଫୁଙ୍କିବାକୁ ହେବ ଚେତନାର ଶୁଭଶଙ୍ଖ । ଜନ ଜାଗରଣ ହିଁ ବ୍ୟବସ୍ଥାରେ ପରିବର୍ତନ ଆଣିପାରିବ, ଦୁର୍ନୀତିର ମୂଳୋତ୍ପାଟନ କରିପାରିବ । ତେଣୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ସକାଳ ୮ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା ।

ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର । ଭିଜିଲାନ୍ସ(ଡିଏସ୍‌ପି) ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ, ଏନ୍‌ସିସି ଅଫିସର୍ ଶ୍ରୀମତୀ ସୀମା ମହାନ୍ତି, ଭିଜିଲାନ୍‌ସ ବିଭାଗର କର୍ମକର୍ତା, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀ ଓ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏହି ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ ।

ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗ୍ରାମସଭା, ପଥପ୍ରାନ୍ତ ପାଲା, ରଙ୍ଗୋଲି ମାଧ୍ୟମରେ ମଧ୍ୟ ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଛି । ଗତକାଲି ମହାକାଳପଡ଼ା ବ୍ଲକ୍‌ର ଜମ୍ବୁ ଗ୍ରାମପଂଚାୟତଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଂଚ ବିଶ୍ୱଜିତ୍ ବସୁ, ସହକାରୀ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର୍ ରାଜଲକ୍ଷ୍ମୀ ସାହୁ, ଜମ୍ବୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଆଶିଷ ରାଉତ ଓ ଜୟଦେବ ମଣ୍ଡଳ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଶା କର୍ମୀ, ସମାଜସେବୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ । ସେହିପରି ଆଜି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କଷଣଅଂଟାଠାରେ ଏକ ସଭାର ଆୟୋଜନ ହୋଇଥିଲା । ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଦିବା ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ।

Leave A Reply

Your email address will not be published.