କ୍ରିକେଟ୍ ବିଶ୍ୱକପ୍ ଭାରତର ଧମାକାରେ ଉଡିଗଲା ଶ୍ରୀଲଙ୍କା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ ବିଶ୍ୱକପରେ ୭ଟି ମ୍ୟାଚ୍ ଖେଲି ଅପରାଜୟ ରହିଛି ଚିମ୍ ଇଣ୍ଡିଆ । ୧୪ ପଏଣ୍ଟ ହାସଲ କରି ପୁଣିଥରେ ତାଲିକାର ଶୀର୍ଷରେ ପହଚିଂଛି । ୨୦୨୩ ଦିନିକିଆ କ୍ରିକେଟ ବିଶ୍ୱକପର ୩୩ତମ ମ୍ୟାଚରେ ଭାରତ ୩୦୨ ରନର ବିଶାଳ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇଛି । ଏହା ଚଳିତ ବିଶ୍ୱକପ୍ ତଥା ବିଶ୍ୱକପ ଇତିହାସର ଦ୍ୱିତୀୟ ସବୁଠୁ ବଡ ବିଜୟ । ଏହି ତାଲିକାର ଶୀର୍ଷରେ ରହିକି ଚଳିତ ବିଶ୍ୱକପ ତଥା ଇତିହାସର ଦ୍ୱିତୀୟ ସବୁଠୁ ବଡ ବିଜୟ । ଏହି ତାଲିକାର ଶୀର୍ଷରେ ରହିକି ଚଳିତ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୩୦୯ ରନର ବିଜୟ । ଗୁରୁବାର ବମ୍ବେର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତି ନେଇଥିଲା । ହେଲେ ରୋହିତ ବାହିନୀ ଏହାକୁ ଭୁଲ ପ୍ରମାଣିତ କରିଥିଲେ । ଆଉ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ ହରାଇ ୩୭୫ରନର ବିଶାଳ ସ୍କୋର ଛିଡା କରାଇଥିଲେ ।

୩୫୭ ରନର ବିଜୟ ଲକ୍ଷ ପାଇଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମହମ୍ମଦ ଶର୍ମା, ମହମ୍ମଦ ସିରାଜ ଓ ଜଶପ୍ରୀତ୍ ବୁମରାଙ୍କ ଘାତକ ବୋଲିଂ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ-ଆପ୍କୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା । ଫଳରେ ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ନ ଥିବା ବେଳେ କେହି ୨୦ ରନ୍ ବି କରିପାରିନଥିଲେ । କସୁନ ରଜିଆ ସର୍ବାଧିକ ୨୪ ରନ୍,ଶହୀଶ ତୀକ୍ଷଣା ଓ ଏଞ୍ଜେଲୋ ମାବୁସ ୧୨ ରନ୍ ଲେଖାଏଁ କରିଥିଲେ । ୧୦ ଓଭରରେ ୪ଟି ୱିକେଟ ହରାଇ ଶ୍ରୀଲଙ୍କା ୧୪ ରନ୍ କରିଥିବା ବେଳେ ଶମୀ ବୋଲିଂ କରିବାକୁ ଆସି ପ୍ରତମ ୩ ଓଭରରେ ୪ଟି ୱିକେଟ ନେଇଥିଲେ । ପରେ ଆଉ ଦୁଇ ଓଭରରେ ଗୋଟିଏ ୱିକେଟ ନେଇ ସେ ବିଶ୍ୱକପରେ ସର୍ବାଧିକ ୱିକେଟ ହାସଲ କାରୀ ଭାରତୀୟ ବୋଲର ହେବାର ରେକର୍ଡ କରିଛନ୍ତି । ଫଳରେ ସ୍ରାଲଙ୍କା ୧୯ ଓଭର ଓବଂ ୪ଟି ବଲରେ ମାତ୍ର ୫୫ ରନରେ ଅଲଆଉଟ୍ ହୋଇ ୩୦୨ ରନରେ ପରାଜିତ ହୋଇଛି । ଶାମୀ ସର୍ବାଧିକ ୫ଟି,ସିରାଜ ୩ଟି,ବୁମରା ଓ ରବୀନ୍ଦ୍ର ଜାଡେଜା ଗୋଟିଏଁ ଲେଖାଏଁ ୱିକେଟ ନେଇଛନ୍ତି ।

ଶମୀ ବିଶ୍ୱକପର ୧୪ଟି ମ୍ୟାଚରୁ ୪୫ଟି ୱିକେଟ ନେଇ ଜହୀର ଖାନ ଓ ଜବପଲ ଶ୍ରୀନାତଙ୍କ ଭଳି ରଥୀ ଫେସରଙ୍କୁ ପଛରେ ପକାଇ ଦେଇଛନ୍ତି । ଚଳିତ ବିସ୍ୱକପର ୩ଟି ମ୍ୟାଚରୁ ଦୁଇ ଥର ୫ଟି ଲେଖାଏଁ ୱିକେଟ ନେଇଥିବା ଶମୀ ମୋଟ ୧୪ଟି ୱିକେଟ ହାସଲ କରି ସଭିଙ୍କୁ ପରାସ୍ତ କରିଛନ୍ତି । ଶ୍ରୀଲଙ୍କାର ବ୍ୟାଟିଂ ଆହ୍ୱାନ ପାଇ ଭାରତୀୟ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରିଥିଲେ । ଶୁଭମନ ଗିଲ,ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଲରେ ଭାରତ ୫୦ ଓଭରରେ ୩୭୫ ରନ ସ୍କୋର କରିଥିଲା । ଗିଲ ୯୨ ଟି ବଲରୁ ୧୧ଟି ଚୌକା ଓ ୨ଟି ଛକା ସହ ୯୨ ରନ୍ , କୋହଲି ୯୪ ବଲରୁ ୧୧ଟି ଚୌକା ସହ ୮୮ ରନ୍ ଓ ଆୟର ୫୬ଟି ବଲରୁ ୩ଟି ଚୌକା ଓ ୬ ଟି ଛକା ସହ ୮୨ ରନ କରିଥିଲେ । ଜାଡେଜା ୨୫ ରନ ଓ ଲୋକେଶ ରାହୁଲ ୨୧ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଖାନ ମଧୁକାଙ୍କ ୫ଟି ଓ ଦୁଷ୍ମନ୍ତ ଠମିରା ଗୋଟିଏ ୱିକେଟ ନେଇଥିଲେ । ୫ ଓଭରର ମାତ୍ର ୧୮ ରନ ଦେଇ ୫ଟି ୱିକେଟ ହାସଲ କରିଥିବା ମହମ୍ମଦ ଶମୀଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.