ଲଭ ସେକ୍ସ ଧୋକା ଅଭିଯୋଗରେ ଫସିଲେ ଓଡ଼ିଆ ସିଙ୍ଗର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଲଭ ସେକ୍ସ ଧୋକା ଅଭିଯୋଗରେ ଫସିଲେ ଓଡ଼ିଆ ସିଙ୍ଗର । ନାମୀ ଦାମୀ ଓଡ଼ିଆ ସିଙ୍ଗର ଦେବେସ ପତି ଗିରଫ । ଲଭ ସେକ୍ସ ଧୋକା ଅଭିଯୋଗ ରେ ଗିରଫ କରିଛି ନୟାପଲି ଥାନା ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣାଶୁଣା ଓଡ଼ିଆ ସିଙ୍ଗର ଦେବେଶ ପତିଙ୍କୁ ଗିରଫ କରିଛି ।

ଗତ ବୁଧବାର ଦିନ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ଦେବେଶଙ୍କ ଘର ଯାଜପୁରରେ । ଗତ ବୁଧବାର ରାତିରେ ପୋଲିସ୍‌ ତାକୁ ଗିରଫ କରିଛି । ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ପୋଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍‌ବିଏ ପଢ଼ୁଥିଲେ । ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ ।

ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ । ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.