ଆରମ୍ଭ ହେଲେ ମୟୁରଭଞ୍ଜ ମହୋତ୍ସବ ଜମୁଛି ଛଉ ପଡ଼ିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା ହେଉଛି କଳା ସଂସ୍କୃତିର ପାୱାର ହାଉସ ଯାହା ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖୁଛି । ଆଉ ଏହାକୁ ବଳବତ୍ତର ରଖିବା ପାଇଁ ମୟୂରଭଞ୍ଜ ମହୋତ୍ସବ ଏକ ନିଆରା ପ୍ରୟାସ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀ ବି ଗଙ୍ଗାଧର କହିଛନ୍ତି। ଷଷ୍ଠ ବାର୍ଷିକ ମୟୂରଭଞ୍ଜ ମହୋତ୍ସବ ଉଦଘାଟନ ଉତ୍ସବରେ ଅତିଥିଭାବେ ଯୋଗଦେଇ ଉଭୟ ଏହା କହିଛନ୍ତି। ମହୋତ୍ସବ କମିଟି ଅଧ୍ୟକ୍ଷ ସିନେ ଅଭିନେତା ଅସିତ ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ ସଭାପତି ତଥା ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ଵିବେଦୀ ଓ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଉପସ୍ଥିତ ରହି ମହୋତ୍ସବ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ କହିବା ସହିତ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ। ଏହି ମହୋତ୍ସବ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ ବୁଧବାର ଜିଲ୍ଲାର ୮ଟି ଦଳର ବିଭିନ୍ନ କଳାକାରଙ୍କୁ ନେଇ ପାରମ୍ପରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଛଉ ପଡ଼ିଆ ପର୍ଯ୍ୟନ୍ତ କାର୍ଣ୍ଣିଭାଲ ଶୋ ଆୟୋଜିତ ହୋଇଥିଲା। ଛଉ ପଡ଼ିଆରେ ଚାଲିଥିବା ମହୋତ୍ସବରେ ଓଡ଼ିଆ ସିନେ ଜଗଗତର ସୁପରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପଦ୍ମ, ପମପମ୍, ସରାଜ ବାରିକ, ସନ୍‌ର ,ଅନିମେଷ ଘୋଷ, ଇରା ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ମଞ୍ଚରେ କଳା ପ୍ରଦର୍ଶନ କରିବେ । ଏଥ‌ିସହିତ ସାଧନା ସରଗମ, ଇଣ୍ଡିଆନ ଆଇଡଲା ଫେମ ଅଙ୍କିତା ପାତ୍ର ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋକଙ୍କୁ ମନୋରଞ୍ଜନ କରିବେ । ଉଦଘାଟନୀ ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ସୁମଧୁର ସଙ୍ଗୀତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ସେହିଭଳି ଦ୍ଵିତୀୟ ସନ୍ଧ୍ୟା ନଭେମ୍ବର ୩ରେ ଜି ସାରେଗାମା ଫେମ ଓମ୍ ଅଗ୍ରହରି, ସ୍ମୃତି ଜୟଶ୍ୱାଲ ଏବଂ ଲିପିକା ସାମନ୍ତ ସଙ୍ଗୀତ ପରିବେଷଣ କରିବେ । ଏଥି ସହିତ ବିଭିନ୍ନ ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର କଳାକାରମାନେ ମଧ୍ୟ ନିଜର କଳାର ପ୍ରଦର୍ଶନ କରିବେ। ମହୋତ୍ସବରେ କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରଇ କରଣା ସାମଗ୍ରୀ ଏବଂ ପାରମ୍ପରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଉଛନ୍ତି ଦର୍ଶକ। ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Leave A Reply

Your email address will not be published.