ବସି ରୁଟି ଖଇବା ଦ୍ୱାରା ଫାଇଦା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କୁହାଯାଏ ଯେ ବାସି ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଖାଦ୍ୟ ତିଆରି କରିବାର ୧୨ ଘଣ୍ଟା ପରେ ଏହାକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହା ବାସି ହେବା ପରେ ଏହା ଗୁଣବତ୍ତା ଆହୁରି ବୃଦ୍ଧି ପାଇଥାଏ । ଯେପରିକି ରୁଟି

। ବସି ରୁଟି ଖାଇବା ଦ୍ଵାରା ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ । ଅନେକ ସମୟରେ ଘରେ ରାତିରେ ପ୍ରସ୍ତୁତ ହୋଇଥିବା ରୁଟି ବଳି ଯାଏ। ଆଉ ରୁଟି ବାସି ହୋଇ ଯାଇଥିବାରୁ ଅନେକ ଲୋକ ଏହାକୁ ଫୋପାଡି ଦେଇଥାନ୍ତି କିମ୍ବା ବୁଲା ପଶୁଙ୍କୁ ଖାଇବାକୁ ଦେଇ ଦିଅନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସୀ ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରିଥାଏ। ବାସୀ ରୁଟି ର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ବାସୀ ରୁଟି ଖାଇବାର ପ୍ରକୃତ ଫାଇଦା ।  ପ୍ରତିଦିନ ଆମେ ବାସି ରୁଟି ଖାଇବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାକୁ ମଜୁବୁତ କରିଥାଏ ବା ଖାଦ୍ୟକୁ ଭଲଭାବେ ହଜମ କରିବାରେ ସାହାଯ୍ୟ କରିଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ଉପକାରୀ ଅଟେ। ଏହା ଶରୀରରେ ବ୍ଲଡ ଓ ସୁଗାର ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ବାସି-ରୁଟି ତେଣୁ ଏହାକୁ ପ୍ରତିଦିନ ଖାଇବା ଉଚିତ୍। ଏହା ଶରୀରର ଅନେକ ରୋଗକୁ ଏଡ଼ାଇବା ସହ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କେବଳ ମଧୁମେହ ନୁହେଁ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ହୀତକର ଖାଦ୍ୟ ଅଟେ। ବାସି ରୁଟି ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଡାଏଟିଂ କରୁଥିବା ଲେକଙ୍କ ପାଇଁ ମଧ୍ୟ ଏହି ଖାଦ୍ୟ ଲାଭଦାୟକ ଅଟେ। କାରଣ ବାସି ରୁଟିରେ କମ୍ କ୍ୟାଲେରୀ ଥାଏ ଯାହା ଅତିରିକ୍ତ ଓଜନ ହ୍ରାସ ଓ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଦୈନନ୍ଦିନ ବ୍ୟବହାର, ସୂଚନ ଦ୍ୱାରା ଆଧାରିତ ଏହାକୁ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ୍।

Leave A Reply

Your email address will not be published.