କ୍ଷମା ମାଗିଲେ ନୀତିଶ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ବିଧାନସଭାରେ ମନ୍ତବ୍ୟ ରଖିବା ବେଳେ ଆଗ ପଛ ଭାବିଲେ ନାହିଁ । ଯାହା ମନକୁ ଆସିଲା ତାହା କହି ଚାଲିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦିତ ମଧ୍ୟ ହେଲେ । ଆଉ ଏବେ ପୁଣି ନିଜ ମନ୍ତବ୍ୟକୁ ନେଇ କ୍ଷମା ମାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଧାନସଭାରେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତିଭିତ୍ତିକ ଜନଗଣନା ରିପୋର୍ଟ ଉପସ୍ଥାପନା କରାଯାଇଥିଲା ।

ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲି ଯାଇଥିଲେ ନୀତିଶ କୁମାର । ବିଧାନସଭାରେ ଆପତ୍ତିଜନକ ଶଦ୍ଦକୁ ନେଇ ବିବାଦକୁ ଆସିଥିବା ନୀତିଶ କୁମାର ଆଜି ଭୁଲ ମାରିବା ସହ କହିଥିବା ଶଦ୍ଦକୁ ଫେରାଇ ନେଉଛି ବୋଲି କହିଛନ୍ତି । ନୀତିଶ କ୍ଷମା ମାଗୁଥିବାବେଳେ ଗୃହରେ ବିରୋଧୀ ହଙ୍ଗମା କରିଥିବା ଦେଖିବାକୁ ମିଳିଥିଲା । ଗୃହରେ ସେ କହିଛନ୍ତି, “ମୁଁ ମହିଳାଙ୍କ ଶିକ୍ଷା ଉପରେ କହୁଥିଲି । ଯଦି ମୋର କଥା କାହାକୁ କଷ୍ଟ ଦେଇଛି ତେବେ ମୁଁ ଏହି ଶଦ୍ଦକୁ ଫେରାଇ ନେଉଛି । ମୁଁ ମୋର ନିଜର ନିନ୍ଦା କରୁଛି ।” ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ ବୋଲି କହିବା ସହ ଏହି ସମୟରେ ସଞ୍ଜମତା ଭୁଲି ଯାଇଥିଲେ ନୀତିଶ କୁମାର ।

ବେପରୁଆ ଢଙ୍ଗରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଯାହା ମହିଳାଙ୍କ ଗରିମାକୁ କ୍ଷୂର୍ଣ୍ଣ ସମ ହୋଇଥିଲା । ନୀତିଶଙ୍କର ଏପରି ମନ୍ତବ୍ୟରେ ଗୃହରେ ଅନ୍ୟ ସଦସ୍ୟମାନେ ମଧ୍ୟ ଲଜ୍ଜା ଅନୁଭବ କରିଥିଲେ । ଯାହାକୁ ନେଇ ନୀତିଶଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ।

Leave A Reply

Your email address will not be published.