ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : କଲେଜ ଆଗରେ ଧାରଣା । ଚାକିରୀ ପାଇଁ ୫ବର୍ଷର ଅପେକ୍ଷା ପରେ ଏବେ ନିରାଶ ହୋଇ କଲେଜ ଅଧ୍ୟକ୍ଷଙ୍କ ଅଫିସ ସାମ୍ନାରେ ସପରିବାର ଧାରଣା। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର କଲେଜରେ। ଏହି କଲେଜର ପୂର୍ବତନ କର୍ମଚାରୀ ଅଭିରାମ ବେହେରା ଦୀର୍ଘ ୨୬ ବର୍ଷ ଚାକିରୀ କରିବା ପରେ ତାଙ୍କର କାର୍ଯ୍ୟକାଳ ସାରିନଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ପୁନଃଥଇଥାନ ପାଇଁ ତାଙ୍କ ପୁଅ ଭୋଳନାଥକୁ ତାଙ୍କ ମୃତ ବାପାଙ୍କ ଜାଗାରେ ଚାକିରୀ କରାଇଦିଆଯିବ ବୋଲି କଲେଜ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ହେଲେ ଦୀର୍ଘ ୫ବର୍ଷ ହେଲାଣି ତାଙ୍କୁ ଆଜିକାଲି କୁହାଯାଉଛି ଏପଟେ ଚାକିରୀ ପାଇଁ ତାଙ୍କୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ କରିଛନ୍ତି ଭୋଳାନାଥ ଓ ତାଙ୍କ ପରିବାର।
ଅନ୍ୟପଟେ ଭୋଳନାଥଙ୍କ ପୁନଃଥଇଥାନ ଯୋଜନାରେ ହୋଇପାରିବ ନାହିଁ ବୋଲି ଗମେଣ୍ଟ ଲେବୁଲରୁ ରିଜେକ୍ସନ ଆସିଛି ତଥାପି ଯେହେତୁ ଅଧକ୍ଷଙ୍କ କାର୍ଯ୍ୟାଳୟରେ ତାଙ୍କର ଜଣେ ଦିବଂଗତ କର୍ମଚାରୀଙ୍କ ପରିବାର ଧାରଣାରେ ବସିଛନ୍ତି ତେଣୁ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଅଦ୍ଧଖ୍ୟା କହିଛନ୍ତି।