ଭୟଙ୍କର ବିଷାକ୍ତ ବାୟୁ ବଳୟରେ ଦିଲ୍ଲୀ ସହର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବିଷାକ୍ତ ବାୟୁରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ବାୟୁର ମାନ ଅତି ନିମ୍ନ ସ୍ତରକୁ ଖସିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ଦିନକୁ ୧୦ଟି ସିଗାରେଟ୍ ଟାଣିଲେ ଯେତିକି ଅଙ୍ଗାରକାମ୍ଳ ଦେହକୁ ଯିବ, ଦିଲ୍ଲୀରେ ଗୋଟିଏ ଦିନ ନିଶ୍ବାସ ନେବା ସହିତ ସାମାନ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଏହାକୁ ଦୃଷ୍ଟରେ ରଖି ଆଗୁଆ ଶୀତ ଛୁଟି ଘୋଷଣା ହୋଇଛି ।

୯ ତାରିଖରେ ୧୮ ତାରଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ । ଏନେଇ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ । ସେପଟେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ ସରକାର ଏବେ ଆପ୍‌ରେ ବୁକ୍ ହେଉଥିବା ଟ୍ୟାକ୍ସି ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ଟ୍ୟାକ୍ସି ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଅନେକ ଗୁଡ଼ିଏ ଟ୍ୟାକ୍ସିରେ କେବଳ ଜଣେ ମାତ୍ର ଯାତ୍ରୀ ଯାଉଥିବାରୁ ଏହା ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ପ୍ରଦୂଷଣ ସଙ୍କଟକୁ ମୁକାବିଲା କରିବା ପାଇଁ କୃତ୍ରିମ ବର୍ଷା କରାଇବା ଉପରେ ଦିଲ୍ଲୀ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ଦିଲ୍ଲୀ ଓ ଏନସିଆରରେ ବର୍ଷା କରାଇବା ଫଳରେ ବାୟୁମଣ୍ଡଳରେ ବୁଲୁଥିବା ବିଷାକ୍ତ କଣିକାକୁ ହ୍ରାସ କରିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସକାଳ 8ଟା ସମୟରେ ବାୟୁ ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନହେଉନଥିଲା ।

Leave A Reply

Your email address will not be published.