ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ସଭା ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଶ୍ରୀ ଜଗନ୍ନାଥ ମନ୍ଦିରରେ କେବଳ ସିଂହଦ୍ବାରରେ ଠାକୁରଙ୍କ ଦର୍ଶନ କରିବା ପରିବର୍ତ୍ତେ ଶ୍ରୀମନ୍ଦିରର ଚାରି ଦୁଆର ଖୋଲାଯାଉ ଉପରେ କଂଗ୍ରେସକର୍ମୀମାନେ ଜୋର ଦେଇ କହିଥିଲେ |
ଓଡିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ | ତାଙ୍କର ଦର୍ଶନ କରିବା ପାଇଁ ଜାତିଧର୍ମବର୍ଣ୍ଣ ନିବିଶେଷରେ ଭକ୍ତମାନେ ଆସିଥାନ୍ତି | କିନ୍ତୁ ଗୋଟିଏ ମାତ୍ର ଦ୍ବାର ସିଂହ ଦ୍ବାର ଖୋଲାଯାଉଥିବାରୁ , ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବା କାଠିକର ପାଠ ପରିଦୃଶ୍ୟମାନ ହେଉଛି | ପ୍ରଭୁଙ୍କୁ ସାନିଧ୍ୟ ପାଇବା ପାଇଁ ଚାରିଦିନ ଅପେକ୍ଷା କରିବାକୁ ପଡୁଛି | ଏଣୁ ଶ୍ରୀମନ୍ଦିରର ଚାରିଦୁଆର ଖୋଲାଯିବା ନିତାନ୍ତ ଆବଶ୍ୟକ ମନେହୁଏ | ଏହି ସତ୍ୟାଗ୍ରହ ସଭାରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |
ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଜିଲ୍ଲା ସାଧାରଣ ସଂପାଦକ ହରିଚରଣ ସାହୁ, ଦଳିତ ହରିଜନ ସେଲ ଅଧ୍ୟକ୍ଷ ଭାଗିରଥୀ ପାତ୍ର, ନେତୃତ୍ବ ବିକାଶ ମିଶନ ସଭାପତି ଏମ ଡି ଇନତଖାବ ଆଲାମ, ରାଇରଙ୍ଗପୁର ଟାଉନ ସଭାପତି ଅଶୋକ ଅଗ୍ରୱାଲ, ଟାଉନ ଉପସଭାପତି ରୂପକ ମହାନ୍ତି, ବସନ୍ତ ପଟ୍ଟନାୟକ, ପ୍ରବକ୍ତା ଲଳିତ ମହାନ୍ତ, ଟାଉନ ମହିଳା ମୋର୍ଚ୍ଚା ସଭାପତି ରାଖୀ ପୂର୍ଣ୍ଣିମା ଡଗରା, ଓକିଲ ଅନନ୍ତ ମାର୍ଣ୍ଡି, ସବ୍ୟସାଚି ଖୁଣ୍ଟିଆ, ବିଜାତଳା ବ୍ଲକ ର କାହ୍ନୁଚରଣ ବାସ୍କେ, ଜନଶ୍ବର ଅକତାର, ବିଜୟଲକ୍ଷ୍ମୀ ମାଝୀ, ଜଗେନ୍ଦ୍ର ବାନ୍ଦରା, ମନୋଜ ନାୟକ, ଅମରସିହ ମହାନ୍ତ, ରଘୁରାମ ସାହୁ, ମୋହନ ହେମ୍ବ୍ରମ, ରାହୁଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |