ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳୁଛି ଦିଲ୍ଳୀର ବାୟୁ ଅବସ୍ଥା | ତଥାପି ବାୟୁ ଗୁଣବତ୍ତା ଖରାପ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଶନିବାର ସର୍ବାଧିକ ଏୟାର କ୍ବାଲିଟି ଇଣ୍ଡେକ୍ସ ଆନନ୍ଦ ବିହାରରେ ରେକର୍ଡ କରାଯାଇଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରହିଥିବା ବେଳେ ଆଈଟିଓରେ ଏକ୍ୟୁଆଇ ୨୬୩, ପଞ୍ଜାବବାଗରେ ୨୬୩ ଏବଂ ଆରକେ ପୁରମରେ ୨୨୦ ରେକର୍ଡ କରାଯାଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଶନିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଦେଖାଇଛି। ଯଦିଓ ଏହା ଏବେ ବି ‘ପୋର୍’ ବର୍ଗରେ ରହିଛି। ତଥାପି ସମାନ୍ୟ ପରିବର୍ତ୍ତନ ଅନୁଭବ ହୋଇଛି। ପୂର୍ବଦିନ ରାତି ଯାକ ବର୍ଷା ହେବା ପରେ ବି ଶନିବାର ଦିନ ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)୨୭୯ ରହିଥିଲା। ଜାତୀୟ ରାଜଧାନୀର ପ୍ରଦୂଷଣ ହଟସ୍ପଟ୍ ମଧ୍ୟରୁ ଅନ୍ୟତମ ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରେକର୍ଡ ହୋଇଥିବାବେଳେ ଆରକେ ପୁରମରେ ୨୨୦ ରହିଛି। ପଞ୍ଜାବୀ ବାଗରେ ଏକ୍ୟୁଆଇ ୨୩୬ ଥିବାବେଳେ ଆଇଟିଓରେ ଏହା ଶନିବାର ସକାଳେ ୨୬୩ ଥିଲା। ସହରର ଏୟାର୍ କ୍ବାଲିଟି ଇଣ୍ଡେକ୍ସ ଗୁରୁବାର ୪୩୭ ଏବଂ ବୁଧବାର୪୨୬ ରେ ଥିଲା ।
ଶୁକ୍ରବାର ରାତିରେ ଦିଲ୍ଲୀ- ଏନସିଆର ଅଞ୍ଚଳରେ ବର୍ଷା ହୋଇଥିବାରୁ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଛି । ଫଳରେ ବାୟୁର ଗୁଣବତ୍ତା ବୃଦ୍ଧି ପାଇଛି । ଗତ କିଛି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୦ରୁ ୫୦୦ ମଧ୍ୟରେ ରହିଥିଲା । ଫଳରେ ଦିଲ୍ଲୀରେ ନିଶ୍ବାସ ନେବା ମୁସ୍କିଲ୍ ହେଉଥିଲା । ଧୂଆଁର ଚଦର ଦିଲ୍ଲୀ ବୟୁମଣ୍ଡଳରେ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଗୋଟିଏ ଦିନ ନିଶ୍ବାସ ନେବା ଯାହା ଦିନକୁ ୧୦ଟି ସିଗାରେଟ୍ ଟାଣିବା ସହିତ ସାମାନ ।