ଆଜି ବିଶ୍ୱକପ ସେମିଫାଇନାଲ ୧ ରେ କିୱି ଚ୍ୟାଲେଞ୍ଜ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଆଜି ଚଳିତ ବିଶ୍ୱକପ କ୍ରିକେଟର ବହୁଚର୍ଚ୍ଚିତ ସେମି ଫାଇନାଲ ମ୍ୟାଚ । ଭାରତ ନ୍ୟଜିଲ୍ୟାଣ୍ଡ ସାମ୍ନାସାମ୍ନି । ଲିଗ ପର୍ଯ୍ୟାୟରେ ୯ରୁ ୯ ମ୍ୟାଚ ଜିତି ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ଦମ୍ଦାର ଫର୍ମରେ ରହିଛି । ଅନ୍ୟପଟେ ପ୍ରଥମ ୪ ଟି ମ୍ୟାଚ ଜିତି କୋକୁଆ ଭୟ ସୃଷ୍ଟି କରିଥିବା କିୱି ଟିମ୍ ପରବର୍ତୀ ୪ଟି ମ୍ୟାଚରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଠାରୁ ହାରିଥିଲା । ତେବେ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିରେ ପ୍ରବେଶ କରିଥିଲା । ଆଜି ୪ ବର୍ଷ ତରଳ ୨୦୧୯ ବିଶ୍ୱକପ କଥା ମନେପଡେ । ଇଂଲଣ୍ଡ ଓ ୱେଲ୍ସ ଦ୍ୱାରା ଆୟୋଜିତ ଏହି ବିଶ୍ୱକପ ସେମିରେ ଓଲ୍ଡ ଟ୍ରାଫର୍ଡ ଠାରେ ଖେଳାଯାଇଥିବା ମ୍ୟାଚରେ ନୁ୍ୟଜିଲ୍ୟାଣ୍ଡ ୧୮ ରନରେ ଭାରତକୁ ହରାଇଥିଲା ।

କିନ୍ତୁ ଏଥର ଶୀର୍ଷରେ ଥିବା ଭାରତ ଏହି ଭୁଲ୍କୁ ଦୋହରାଇବ ନାହିଁ ବୋଲି କହିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ଅର୍ଥାତ ଟିମ୍ ଇଣ୍ଡିଆ ପାଇଁ ଏହା ‘ମିଶନ ରିଭେଞ୍ଜ’ କହିଲେ ଭୁଲ ହେବନି । ବ୍ଲାକ କ୍ୟାପ୍ସ ଦଳକୁ ସେମିରେ ଚକମା ଦେଇ ପ୍ରତିଶୋଧ ନେବା ସହ ଫାଇନାଲରେ ଏଣ୍ଟ୍ରି ମାରିବାକୁ ଲକ୍ଷ ରଖିଛି ଟିମ୍ ଇଣ୍ଡିଆ । ତେବେ ଏହା ଆଦୌ ସହଜ ନୁହେଁ । କାରଣ ନୁ୍ୟଜିଲ୍ୟାଣ୍ଡ ଏକ ଶକ୍ତିଶାଳୀ ଦଳ ଭାବେ ଜଣାଶୁଣା । ବିଶେଷକରି ବଡ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଦର୍ଶନ ବି ଭଲ । କୌଣସି ଏକ ନିର୍ଦ୍ଦିଷ୍ଟ ଦିନରେ କିୱି ଦଳ କାହାକୁ ବି ହରାଇ ଦେଇ ପାରେ । ତେବେ ଏହି ବିଶ୍ୱପକରେ ଭାରତର ବ୍ୟାଟିଂ ଓ ବୋଲିଂରେ ଯେମିତି ଭାରସାମ୍ୟ ରହିଛି । ଠିକ୍ ସେମିତି ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂରେ ମଧ୍ୟ ଦଳର ହବଦବା ରହିଛି । ଯଦିଓ ଦିନିକିଆରେ ୧୧୭ଟି ମ୍ୟାଚରୁ ଭାରତ ୫୯ଟିରେ ଓ ନୁ୍ୟଜିଲ୍ୟାଣ୍ଡ ୫୦ଟି ବିଜୟ ହୋଇଛି । ତେବେ ବିଶ୍ୱକପ ଓ ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହା ଯଥାକ୍ରମେ ୫-୪ ଓ ୯-୨ ରେ ନୁ୍ୟଜିଲ୍ୟାଣ୍ଡ ସପକ୍ଷରେ ରହିଛି । କିନ୍ତୁ ଏଥର ଭାରତୀୟ ପରିବେଶରେ କଥା ଭିନ୍ନ । ଭାରତ ଆଦୌ ହାରିବାକୁ ପ୍ରସ୍ତୁତ ନୁହେଁ ।

ଭାରତ – ନୁ୍ୟଜିଲ୍ୟାଣ୍ଡ ସେମି ଫାଇନାଲ ବିଶ୍ୱକପର ରୋମାଞ୍ଚକୁ ବଢାଇଦେଇଛି । ମୁମ୍ବାଇ ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଲିଗରେ ଏଠାରେ ଭାରତ ଶ୍ରୀଲଙ୍କାକୁ କଲବଲକରି ୩୦୨ ରନରେ ହରାଇଥିଲା । ଏଠି ଭାରତ ୨୧ଟି ମ୍ୟାଚରୁ ୧୨ଟିରେ ଜିତିଥିବା ବେଳେ ନୁ୍ୟଜିଲ୍ୟାଣ୍ଡ ୩ରୁ ୨ଟିରେ ବିଜୟୀ ହୋଇଛି । ପାଗ ଠିକ୍ଠାକ୍ ରହିବ ବୋଲି ଅନୁମାନ କରାଯାଉଛି । ବିଶେଷଜ୍ଞଙ୍କ ମତରେ ଟସ୍ ଜିତିଲେ ବ୍ୟାଟିଂ ନେବା ଠିକ୍ ହେବ । କାରଣ ସନ୍ଧ୍ୟାରେ ଡୁ୍ୟ ସମସ୍ୟା କମ୍ ରହିପାରେ । ପ୍ରଥମେ ବ୍ୟାଟିଂ କଲେ ୩୩୦ ରୁ ୩୪୦ ରନ୍ ଏବଂ ବୋଲିଂ କଲେ ପ୍ରଥମ ପାୱାର ପ୍ଲେରେ ୨ରୁ ୩ ୱିକେଟ ଠିକ୍ ରହିବ । ଭାରତର ବ୍ୟାଟିଂ ସଫଳ ହୋଇଭିବା ବେଳ ବୋଲରମାନେ ବି କମାଲ ଦେଖାଇଛନ୍ତି । ନୁ୍ୟଜିଲ୍ୟାଣ୍ଡ ଟମ୍ରେ ଆହତ ଜନିତ ସମସ୍ୟା ମୁଣ୍ଡବ୍ୟଥା ବଢାଇଛି । ଆହତ ହୋଇଥିବା କେନ୍ ୱିଲିଅମସନ ମ୍ୟାଚକୁ ଫେରି ୯୫ ରନ୍ ସ୍କୋର କରିଛନ୍ତି । ରୋହିତ, ବିରାଟ, ଶ୍ରେୟସ, ରାହୁଲ ରନ କରିଥିବା ବେଳେ ବୁମରା, ଶାମୀ, ସିରାଜ, କୁଳଦୀପ, ଜାଡେଜା ୱିକେଟ୍ ପାଇଛନ୍ତି । ନୁ୍ୟାଜିଲ୍ୟାଣ୍ଡର ରଚିନ ରବିନ୍ଦ୍ର ଚମକôାର ଫର୍ମରେ ଥିବାବେଳେ ବୋଲ୍ଟ ଓ ସାଣ୍ଟନର ମଧ୍ୟ ବିପଦଜନକ । ଏଣୁ କଡାକଡି ମୁକାବିଲା ଥୟ ।

Leave A Reply

Your email address will not be published.