ଆଜି ଠାରୁ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଆଜି ଠାରୁ ଆରମ୍ଭ ହେଉଛି । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଆଜି ଠାରୁ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ମେଳା ପରିସର ସ୍ଥିତ ଓଡିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ଅଧିନସ୍ଥ ଆଇଟିପିଓ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଆନ୍ତର୍ଜାତିକ ବାଣିଜ୍ଯ ମେଳା। ଜନସାଧାରଣଙ୍କୁ ସେମାନଙ୍କର କାର୍ଯ୍ୟକ୍ରମ ଏବଂ ନୀତି ବିଷୟରେ ଶିକ୍ଷା ଦେବା ପାଇଁ ଅନେକ ସରକାରୀ ସଂଗଠନ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି | ଫଳସ୍ୱରୂପ, ଏହି ମେଗା ଇଭେଣ୍ଟରେ ଭାରତର ପ୍ରାୟ ସମସ୍ତ ରାଜ୍ୟ ଏବଂ ୟୁନିଅନ୍ ଅଞ୍ଚଳ ଅଂଶଗ୍ରହଣ କରିବେ | IITF 2023 ବିଭିନ୍ନ କ୍ଷେତ୍ରରେ ଦେଶର ସମ୍ପ୍ରତି ରପ୍ତାନି ସମ୍ଭାବନାକୁ ଆଲୋକିତ କରିବ | ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ଅଧିନସ୍ଥ ଆଇଟିପିଓ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଆନ୍ତର୍ଜାତିକ ବାଣିଜ୍ଯ ମେଳା।

ଚଳିତ ବର୍ଷ ମେଳାର ଥିମ୍ “ବସୁଧୈବ କୁଟୁମ୍ବକମ୍ବକମ୍: ୟୁନାଇଟେଡ୍ ବାଇ ଟ୍ରେଡ୍” ରହିଥିବା ବେଳେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଛି। ପ୍ରାଚୀନ କାଳରୁ ଓଡିଶା ନିଜର ମହାନ୍ ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଉତ୍କଳର ସାଂସ୍କୃତିକ ବିଭବକୁ ବିଭିନ୍ନ ଦେଶକୁ ପ୍ରସାରିତ କରିଥିଲା। ଏହି ମେଳାରେ ଓଡିଶାର ନୌବାଣିଜ୍ୟ ପରମ୍ପରାର ଜୀବନ୍ତ ଝଲକ ପ୍ରଦର୍ଶିତ ହୋଇଛି।

Leave A Reply

Your email address will not be published.