ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ ।  ଯମୁନେତ୍ରୀ ଜାତୀୟ ରାଜପଥରେ ସୁଡ଼ଙ୍ଗ ଭିତରୁ ୪୦ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୯୦ ଘଣ୍ଟାରୁ ଅଧିକ ସମୟ ହେଲା ରେସକ୍ୟୁ ଅପରେସନ ଜାରି ରହିଛି । ଏଥିପାଇଁ ବାୟୁସେନା ବିମାନରେ ଦିଲ୍ଲୀରୁ ହେଭୀ ଡ୍ରିଲିଙ୍ଗ ମେସିନ୍ ଅଣା ଯାଇଛି । ଗୁରୁବାର ରାତି ସୁଦ୍ଧା ଫସିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି ।

ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ବିଦେଶୀ ବିଶେଷଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି। ଗତ ୫ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ କରିବାକୁ ବେଳେ ବିଶେଷଜ୍ଞମାନେ ୱାକିଟକି ମାଧ୍ୟମରେ ଲଗାତର ଭାବେ ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଆଜି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ୫୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଧସିଛି । ଧ୍ବଂସାବଶେଷ ଯୋଗୁ ଟନେଲ ଭିତରେ ବାଟ ବନ୍ଦ ହୋଇଯାଇଛି । ଏନଡିଆରଏଫ୍, ଏସଡିଆରଏଫ, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ଆଦି ମୋଟ୍ ୨୦୦ରୁ ଅଧିକ ଲୋକ ଏକ ଟିମ୍ ବନାଇ ଉଦ୍ଧାର କାମରେ ଲାଗିଛନ୍ତି । ଚିନ୍ତାର ବିଷୟ ଏହିକି ଯେ, ସୁଡ଼ଙ୍ଗ ଭିତରେ କିଛି ଅଂଶ ଅତ୍ୟନ୍ତ ଦୁର୍ବଳ ରହିଛି । ଫଳରେ ଡ୍ରିଲିଂ ବେଳେ ମାଟି ଅତଡା ଖସୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.