କୋଶଳ 12 ଘଣ୍ଟିଆ ବନ୍ଦ ଡାକରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା । ସୁବର୍ଣ୍ଣପୁର୍ କୋଶଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି କୋଶଳ ମହାବନ୍ଦ ସାମିଲ ହୋଇଛି । ଜିଲ୍ଲାରେ ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ସହରରେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ବନ୍ଦ ପାଳନ ହେଉଛି । ଏଥିପାଇ ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ ମୁତୟନ କରାଯାଇଛି।  ଏହାର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି ବଲାଙ୍ଗିରରେ। ସକାଳ ୬ଟା ରୁ ପିକେଟିଂ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ।

ଡାକ ଘରକୁ ବନ୍ଦ କରିଥିବା ବେଳେ ଗାଡ଼ି ଚଳାଚଳକୁ ମଧ୍ୟ ବନ୍ଦ କରିଛନ୍ତି। ୧୦ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନରୁ ଅତ୍ୟାବଶ୍ୟକ ସେବା, ମେଡିକାଲ ଓ ପରୀକ୍ଷାକୁ ବାଦ୍ ଦିଆଯାଇଛି | ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ କୋଶଲ ମହାବନ୍ଦର ପ୍ରଭାବ ପଡିଛି। ମହାବନ୍ଦ ଯୋଗୁ ବିନିକା, ଡୁଙ୍ଗୁରିପାଲିରେ ଦୋକାନ ବଜାର ବନ୍ଦ ରହିଛି । ରାମପୁରଠାରେ ପ୍ରଦର୍ଶନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଭିନ୍ନସ୍ଥାନରେ ପ୍ରଦର୍ଶନକାରୀ ସକାଳୁ ସକାଳୁ ପିକେଟିଂ କରି ବିରୋଧ ପ୍ରଦର୍ଶନ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ।

ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ଅନ୍ୟପକ୍ଷରେ  କୋଶଲ ମହାବନ୍ଦକୁ ସମ୍ବଲପୁରରେ ବିରୋଧ କରାଯାଇଛି। ବନ୍ଦରେ ସାମିଲ ନହେବାକୁ ହୀରଖଣ୍ଡ ସାମୁଖ୍ୟ ଆହ୍ୱାନ ଦେଇଛି। ଫଳରେ ସମ୍ବଲପୁରରେ ସ୍ୱାଭାବିକ ଭାବେ ଖୋଲିଛି ଦୋକାନ ବଜାର। ହୀରାଖଣ୍ଡ ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ପାଳନକୁ ବିରୋଧ କରାଯାଉଥିବା ବେଳେ ଆଜି କିଛି ବନ୍ଦ ସପକ୍ଷବାଦୀ ସମ୍ବଲପୁର ସହରର ଅଇଁଠାପାଲି ଛକ ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ ପାଇଁ ଉଦ୍ୟମ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ରାସ୍ତାରୁ ଉଠାଇ ନେଇଥିଲା। ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.