ମୋଦୀଙ୍କ ସହ ସେଲଫି ସାଂସଦ ଅପରାଜିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋଦୀଙ୍କ ସହ ସେଲ୍ଡି । ମୋଦୀଙ୍କ ସହ ସେଲ୍ଡି ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେଲଫି ନେବା ପରେ ସୋସିଆଲ ମିଡିଆ ଟୁଇଟର x ରେ ପୋଷ୍ଟ କରିଛନ୍ତି ।

ତେବେ ଆଜି ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେଲ୍ଫି ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଷଡ଼ଙ୍ଗୀ, ଜୟ ଜଗନ୍ନାଥ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଷଡ଼ଙ୍ଗୀ, ଜୟ ଜଗନ୍ନାଥ”। ତା ପରେ ଶ୍ରୀମତୀ ଷଡ଼ଙ୍ଗୀ ସେଲଫି ନେଇଥିଲେ ଯାହାକୁ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

ସାଂସଦ ଅପରାଜିତା କହିଛନ୍ତି, ସେ ଯେତେଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରନ୍ତି, ନିଜକୁ ଗର୍ବିତ ଅନୁଭବ କରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ନିଜର ମାର୍ଗଦର୍ଶକ କହିବା ସହ ସାଂସଦ ଅପରାଜିତା କହିଛନ୍ତି ଯେ, ତାଙ୍କ ପାଇଁ ମୋଦୀ ହେଉଛନ୍ତି ବତୀଘର ସଦୃଶ। ଏଥିପାଇଁ ଟ୍ୱିଟ ଜରିଆରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.