ଓଡ଼ିଆ ନ୍ୟୁଜ,(ବ୍ୟୁରୋ): OpenAI, ଚାଟ୍ ଜିପିଟି ସୃଷ୍ଟି କରିଥିବା କମ୍ପାନୀ ଶୁକ୍ରବାର ଦିନ କହିଛି ଯେ, ଏହା ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି କାରଣ ଏହାର ନେତୃତ୍ୱ ନେବାର କ୍ଷମତା ଉପରେ ଆଉ ବିଶ୍ୱାସ ନାହିଁ। କୃତ୍ରିମ ବୁଦ୍ଧିମତା(AI) ଦୁନିଆରେ ସାମ ଅଲ୍ଟମ୍ୟାନଙ୍କ ନାମ ଖୁବ୍ ଜଣାଶୁଣା ଅଟେ । ଗତବର୍ଷ ନଭେମ୍ବର ମାସରେ ଓପନଏଆଇ ଚାଟଜିପିଟିକୁ ବଜାରକୁ ଆଣିଥିଲା ।
ଚାଟଜିପିଟିକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ସଫ୍ଟଓ୍ବେୟାର ଆପ୍ଲିକେସନ ହୋଇଥିଲା । ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦୂରୁପଯୋଗ କରାଯାଉଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା । କିଛିଦିନ ଭିତରେ ଚାର୍ଟବୋଟ 1 ମିଲିୟନ ୟୁଜରବେସ ହାସଲ କରିଥିଲା । ଓପନ ଏଆଇର ସମସ୍ତ ଭାର ଉଠାଇଥିଲେ ସାମ ଅଲ୍ଟମ୍ୟାନ ।
ଏହାରି ଭିତରେ ଓପନଏଆଇ ସିଇଓ ପଦରୁ ସାମ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୋର୍ଡର ସଦସ୍ୟମାନେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିବା କାରଣରୁ ଅଲ୍ଟମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।