ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ସକାଳୁ ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ରର ହିଙ୍ଗୋଳି ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 3.5 ଥିବା ରେକର୍ଡ କରାଯାଇଛି । ଆଜି(ସୋମବାର) ଭାରତୀୟ ସମୟ ସକାଳ ୫.୦୯ ମିନିଟରେ ମହାରାଷ୍ଟ୍ରର ହିଙ୍ଗୋଳିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଗତ କିଛି ଦିନ ହେଲା ମହାରାଷ୍ଟ୍ର ହୁଙ୍ଗଲି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେଉଛି ।ରବିବାର ଦକ୍ଷିଣ ଆଣ୍ଡାମାନ ସାଗରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସୂଚନା ନ୍ୟାସନାଲ ସେଣ୍ଟର ଫର ସିସମୋଲଜି ଦେଇଥିଲା। ସନ୍ଧ୍ୟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମପା ଯାଇଛି। ତେବେ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ନେଇ ସୂଚନା ମିଳି ନାହିଁ। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ସନ୍ଧ୍ୟା ୬ଟା ବାଜି ୩୬ ମିନିଟ୍‌ରେ ଆଣ୍ଡାମାନ ସାଗରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।

ପରିବେଶ ସନ୍ତୁଳନ ହରାଉଥିବାରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ନିୟମିତ ଭାବେ କେଉଁଠି ନା କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି । ନିକଟରେ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଗତ ୬ ତାରିଖ ଅପରାହ୍ନରେ 5.6 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି କମ୍ପନ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା । ସେହିପରି ଜମ୍ମୁ କାଶ୍ମୀରର କିସ୍ତଓ୍ବାରରେ ଗତ ମାସରେ 3.5 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.