ସ୍ମାର୍ଟ ୱାଚର ସର୍ବଦା ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଜିକାଲିର ଟେକନ୍ନୋଲିଜି ଯୁଗରେ, ଯାହା ହାତକୁ ଦେଖିବେ ସମସ୍ତେ ସ୍ମାର୍ଟ ୱାଚ୍ ର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସ୍ମାର୍ଟ ୱାଚର ସର୍ବଦା ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ । ସ୍ମାର୍ଟ ୱାଚରୁ ବାହାରୁ ଥିବା ଇଲେକଟ୍ରୋମାଙ୍ଗନେଟିକ୍ ରେଡିଏସନ୍ ସାଧାସଳଖ ଚମଡା ଉପରେ ପ୍ରଭାବ ପକାଇଥାଏ ।

ଏହା ଦ୍ୱାରା ଚର୍ମରୋଗ ହେବା ସହ ର୍ନଭ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯେଉଁମାନେ ୧୨ ରୁ ୧୮ ଘଂଟା କି ୨୪ ଘଂଟା ପର୍ଯ୍ୟନ୍ତ ସ୍ମାର୍ଟ ୱାଚର ବ୍ୟବହାର କରୁଛନ୍ତି । ତାଙ୍କ ଭିତରେ ସୃଷ୍ଟି ହୋଇଥାଏ ଅତ୍ୟନ୍ତ ବିପଦ ଜନକ ରୋଗ । ଯେମିତିକି ମୁଣ୍ଡବିନ୍ଦା, ସ୍ମରଣ ଶକ୍ତି ହରାଇବା, ମୁଡ୍ ସୁଇଂଗ୍ସ୍ , ରାତ୍ରି ଅନିଦ୍ରା ଓ ପରି ରୋଗ ତାଙ୍କ ଭିତରେ ଦେଖିବାକୁ ମିଳୁଛି । ବିଶେଷ କରି ବ୍ୟାମ କରୁଥିବା ସମୟରେ ଯେତେ ବେଳେ ରକ୍ତଚାପ ଓ ଶରୀରର ତାପମାତ୍ରା ଅଧିକ ରୁହେ ସେ ସମୟରେ ସ୍ମାର୍ଟ ୱାଚ ସାହାଯ୍ୟରେ ଶରୀର ଭିତରକୁ ରେଡିଏସନ ନେବା ବହୁତ ବିପଦଜ୍ଜନକ ହୋଇଥାଏ ।

ତେବେ ଆପଣ ମାନେ ଭାବୁଥିବେ କଣ ସ୍ମାର୍ଟ ୱାଚର ବ୍ୟବହାର ଆଉ କରିବେନି ବୋଲି । ତେବେ ଆପଣ ମାନେ ସ୍ମାର୍ଟ ୱାଚର ବ୍ୟବହାର ଯେତେ ସମ୍ଭବ କମ କରନ୍ତୁ । କାରଣ ଟେକନ୍ନୋଲୋଜି ସ୍ୱାସ୍ଥ୍ୟ ପାଇଁ ଯେତେ ଭଲ ସେତେ ଖତରନାକ ମଧ୍ୟ ।

Leave A Reply

Your email address will not be published.