ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ। ରାଜ୍ୟ ରେ ବଢ଼ି ବଢ଼ି ଚାଲିଛି ଦୁର୍ନୀତି ଓ ଭ୍ରଷ୍ଟାଚାର। ବିଜେଡ଼ି ସରକାର ଅନେକ ଦୁର୍ନୀତି ରେ ବୁଡି ରହିଛି। ଏଭଳି ଅଭିଯୋଗ କରି ବାସୁଦେବପୁର ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନ ମୋହନ ସାମଲ ଙ୍କ ଡାକରା ରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଛି।
ଏକ ବିଶାଳ ଜନସମାଗମ ରେ ଶୋଭା ଯାତ୍ରା ବାହାରି ଟାଉନ୍ ହଲ୍ ରୁ ବଜାର ପରିକ୍ରମା କରି ପଞ୍ଚାୟତ ସମିତି ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାନ ସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ ଙ୍କ ନେତୃତ୍ବରେ ରାଜ୍ୟ ବିଜେପି ନେତା ଗୋଲକ ମହାପାତ୍ର, ଜିଲ୍ଲା ବିଜେପି ନେତା ଅଭିମନ୍ୟୁ ସେଠୀ, ତପସ୍ଵିନୀ ମହାପାତ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ଦିନ ବନ୍ଧୁ ପତି, ଅଶୋକ ସାହୁ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ବିଜେପି ନେତା ସବ୍ୟସାଚୀ ମହାଲା, ଯୁବ ବିଜେପି ନେତା ମନୋଜ ନାୟକ, ଜୟ ପ୍ରକାଶ ମଲ୍ଲିକ ଡ ପ୍ରତାପ କୁମାର ନାୟକ, କିଶୋର ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ମାନସ ସାହୁ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ବିରୋଧ ରେ ଭାଷଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବ୍ଲକ୍ କାର୍ଯ୍ୟାଳୟ ରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ କୁ ବିଜେପି ନେତା କୈଳାସ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ। ଏହି ଅବସର ରେ ବିଜେପି କାର୍ଯ୍ୟ କର୍ତ୍ତା ରାଜେନ୍ଦ୍ର ବାରିକ୍, ମହେଶ୍ୱର ଧଳ, ସରପଂଚ ଅରୁଣ ମହାନ୍ତି, ମୁକ୍ତି କାନ୍ତ ନାୟକ, ପ୍ରଦୀପ ବଳ, ପଞ୍ଚାନନ ସେନାପତି କାଉନସିଲର ଗୌରୀ ବେହେରା, ଜଗବନ୍ଧୁ ଦାସ ପ୍ରମୁଖ ଙ୍କ ସହ ଦୁଇ ହଜାର ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି ସଫଳ କରାଇ ଥିଲେ।