ଅନ୍ଧାରୀ ଜୀବନରୁ ମିଳିବ ମୁକ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବାସ୍ ଆଉ କିଛି ସମୟ ମଧ୍ୟରେ ଶ୍ରମିକମାନଙ୍କୁ ଅନ୍ଧାରୀ ଟନେଲ ଭିତରୁ ବାହାର କରାଯିବ । ଘଣ୍ଟାଏ କି ଦୁଇ ଘଣ୍ଟା ମଧ୍ୟରେ ଉଦ୍ଧାର ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି । ଏବେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଟନେଲ ଭିତରେ ପାଇପଲାଇନ ଭର୍ତ୍ତି କରାଯାଉଛି ।

ଉଦ୍ଧାର ତ୍ବରାନ୍ବିତ କରିବାକୁ ଦିଲ୍ଲୀରୁ ୭ଟି ବିଶେଷଜ୍ଞ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର ପରେ ପ୍ରଥମେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏଥିପାଇଁ ଟନେଲ ବାହାରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି । ଏଥିରେ ସବୁ ପ୍ରକାର ଆବଶ୍ୟକୀୟ ମେଡିକାଲ ସୁବିଧା ଉପଲବ୍ଧ ରହିଛି । ଶ୍ରମିକମାନେ ବାହାରିବା ମାତ୍ରେ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯିବ । ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍‌ର ଜଣେ ସଦସ୍ୟ ହରପାଲ୍‌ ସିଂ ଏହି ସୂଚନା ଦେଇଛନ୍ତି । ଶ୍ରମିକମାନେ ଆଉ ମାତ୍ର ୧୨ ମିଟର ଦୂରରେ ଅଛନ୍ତି ।ସେପଟେ ହସ୍ପିଟାଲ୍‌ରେ ପ୍ରସ୍ତୁତ ରଖାଯାଇଛି ବେଡ୍ । ଶ୍ରମିକ ଆସିବା ମାତ୍ରେ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବ ।

ଏଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଛନ୍ତି ।ଉତ୍ତରକାଶୀ ଟନେଲ ଭିତରେ ନଭେମ୍ବର ୧୨ ତାରିଖରୁ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି । ସେବେଠାରୁ ଉଦ୍ଧାର କାମ ଜୋରସୋରରେ ଚାଲିଛି । ତେବେ ଶ୍ରମିକମାନେ ସୁରକ୍ଷିତ ଥିବାରୁ ଉଦ୍ଧାରକାରୀ ଟିମ୍‌ର ମନୋବଳ ଦୃଢ ରହିଛି । ୧୧ ତାରିଖ ରେ ଘର ଲୋକଙ୍କ ସହ କଥା ହୋଇଥିଲେ । ଭାଇ ଓ ଭିଣୋଇ ଟନେଲ ବାହାରେ ଅପେକ୍ଷା କରିଛନ୍ତି । ପ୍ରତ୍ୟକ ସମୟ କୁ ସମୟ ଅପଡେଟ ଦେଉଛନ୍ତି । ଆଉ ଘର ଲୋକେ ମୋବାଇଲ ଓ ଟିଭି ସାମ୍ନାରେ ଶୁଭ ଖବର ଅପେକ୍ଷା ରେ ରହିଛନ୍ତି । ସୂଚନା ଥାଉକି, ଆରମ୍ଭ ହୋଇଛି ଉଦ୍ଧାର କାମ । ଯାହା ଲାଗୁଛି ଆଉ କିଛି ସମୟ ପରେ ଉଦ୍ଧାର ହୋଇପାରନ୍ତି ସମସ୍ତ ଶ୍ରମିକ ।

Leave A Reply

Your email address will not be published.