ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ସମାପ୍ତ ବିଶ୍ବକପ ପରେ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ବିଶ୍ବକପ ପରେ ମିଶନ ଟି-20 ବିଶ୍ବକପ 2024 ଲକ୍ଷ୍ୟ ନେଇ ବାହାରିଛି ଟିମ୍ ଇଣ୍ଡିଆ । ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜ୍ ଆରମ୍ଭ ହେବାକୁ ଯାଉଛି । ବିଶାଖାପଟ୍ଟନମରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ ।

ଟିମ୍ ଇଣ୍ଡିଆର ବରିଷ୍ଠଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ଖେଳାଳିଙ୍କୁ ନେଇ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । 3 ଦିନ ପୂର୍ବେ ବିଶ୍ବକପ 2023 ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । କ୍ରିକେଟ ପ୍ରେମୀ ଏହି ପରାଜୟର ଦୁଃଖକୁ ଭୁଲି ନଥିବାବେଳେ ପୁଣି ଥରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ବିଶ୍ବକପ ପରାଜୟର ପ୍ରତିଶୋଧ ଟି-ଟ୍ବେଣ୍ଟିରେ ନେବାର ଲକ୍ଷ୍ୟ ରଖିଛି ଭାରତ । ଆଜି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ପ୍ରାୟସ କରିବ ସୂର୍ଯ୍ୟ ସେନା । ରାତି 7ଟାରୁ ଆରମ୍ଭ ହେବ ମ୍ୟାଚ୍‌ ।  ଫେବ୍ରୁଆରି-ମାର୍ଚ୍ଚ ମାସରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ମଧ୍ୟ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଦିନିକିଆ ବିଶ୍ବକପ୍‌ ପୂର୍ବରୁ ସେପ୍ଟେମ୍ବରରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମଧ୍ୟ ଖେଳିସାରିଛନ୍ତି।

ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ବର୍ଷର ଶେଷ ସାକ୍ଷାତ କର‌ିବେ ଏହି ଦୁଇ ଦଳ। ତେବେ ଶେଷଥର ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ଏହି ଦୁଇ ଦଳଙ୍କ ମଧ୍ୟରେ ‌୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଥିଲା। ଏହାପରଠୁ ଅଷ୍ଟ୍ରେଲିଆ ଆସେସ୍‌ ଶୃଙ୍ଖଳାରେ ବ୍ୟସ୍ତ ହୋଇଯିବା ସହ ଭାରତ ଏସିଆ କପ୍‌ ଓ ଏସୀୟ କ୍ରୀଡ଼ାରେ ଖେଳି ସଫଳତା ଅର୍ଜନ କରିଛି। କିନ୍ତୁ ଏବେ ବିଶ୍ବର ଶ୍ରେଷ୍ଠ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ ପୁଣି ଥରେ କ୍ରିକେଟ୍‌ର ସବୁଠୁ ସାନ ଫର୍ମାଟ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଉ ୬ମାସ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ। ଏଥିପୂର୍ବରୁ ଉଭୟ ଦଳ ୧୧ ଲେଖାଏଁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ପାଇବେ। ତାହା ମଧ୍ୟରେ ଏହି ଦ୍ବିପାକ୍ଷିକ ଶୃଙ୍ଖଳା ମଧ୍ୟ ରହିଛି। ତେଣୁ ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବ ବହନ କରୁଛି।

Leave A Reply

Your email address will not be published.