ମା’ ଆଖି ସାମ୍ନାରେ ଝିଅକୁ ମାରିଦେଲା ଜ୍ୱାଇଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭଲପାଇ ଝିଅ ପୂଜା ବାହା ହୋଇଗଲା କିନ୍ତୁ ଏ ମା’ର ମନକୁ ପାପ ଛୁଁଥିଲା, କାରଣ ପୂଜା ଯାହାର ହାତ ଧରିଛି, ସେ ହେଉଛି ଗୋଟେ ରାକ୍ଷସ, ହଁ ସେ ହେଉଛି ଗୋଟେ ମଣିଷ ରୁପି ନର ହନ୍ତା ରାକ୍ଷସ l ଏବେ ପୂଜା ସବୁଦିନ ପାଇଁ ଆଖି ବୁଜି ଦେଇଛି l ପୂଜାକୁ ବାହା ହେବା ଦିନ ଠାରୁ, ସ୍ୱାମୀ ମାରଧର କରିବା ଆରମ୍ଭ କରିଦେଲା l

ଝିଅ ଟିକେ ଖୁସିରେ ରହିବ ବୋଲି, ଏ ହତ ଭାଗିନୀ ମା’ଟା, ଆ ଘରେ ତା ଘରେ କାମ କରିବା ଆରମ୍ଭ କରିଦେଲା |  ଆଉ ସବୁ ମାସରେ ମା’ ୧୨ ହଜାର ଟଙ୍କା ରୋଜଗାର କରୁଥିଲା | ସେହି ୧୨ ହଜାର ଟଙ୍କାରୁ, ୧୦ ହଜାର ଟଙ୍କା ଝିଅର ଶ୍ୱଶୁର ଘରକୁ ଦେଉଥିଲା ଆଉ ୨ ହଜାର ଟଙ୍କାରେ ନିଜର ଅଭାବୀ ପୁରାଣ କରୁଥିଲା | ପରେ ପୂଜାର ଶ୍ୱଶୁର ଘର ଲୋକେ ପୁଣି ୩ ଲକ୍ଷ ଟଙ୍କା ମାଗିଲେ |  ଆଉ ଏ ହତ ଭଗିନୀ ମା’ଟା, ଟଙ୍କା ଦେଇ ଦେବ ବୋଲି ସମୟ ମାଗିଥିଲା |  ହେଲେ କିଛି ସମୟ ପରେ ଖବର ଆସିଲା, ଝିଅ ପୂଜାକୁ ମାଡ଼ ମାରି ଲହୁ ଲୁହାଣ କରି ପକାଇଛନ୍ତି l ସଂଗେ ସଂଗେ ମା’ ଝିଅ ପାଖରେ ପହଞ୍ଚି, ପୂଜାକୁ ଡାକ୍ତରଖାନା ନିଆ ଯାଇଥିଲା, ହେଲେ ଡାକ୍ତରଖାନାରେ ଝିଅ ପୂଜାକୁ ଡାକ୍ତର ମୃତ ଘୋଷଣା କରି ଦେଇଥିଲେ l

ଏବେ ପୂଜା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଏଭଳି ଘଟଣା ଦେଖିବାକୁ ମିଳିଛି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ, ଚାଷଙ୍ଗରା ଗ୍ରାମର ପୂଜା ଜେନାଙ୍କ କ୍ଷେତ୍ରରେ l ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ଗତ ଚଉଦ ମାସ ତଳେ ପ୍ରେମ କରିଥିଲେ l ଏବେ ପୂଜାର ସ୍ୱାମୀ, ଶାଶୁ ଓ ଶଶୁରଙ୍କୁ ବାଣପୁର ପୋଲିସ ଗିରଫ କରିଛି l ତେବେ ଦେଖିବାକୁ ରହିଲା ଅଭିଯୁକ୍ତ ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି

Leave A Reply

Your email address will not be published.