‘ହାର୍ଟବିଟସ୍’ ପ୍ରଦର୍ଶନୀରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁମ୍ବାଇରେ ‘ହାର୍ଟବିଟସ୍’ ପ୍ରଦର୍ଶନୀରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ୨ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ହୃଦ ବିଶେଷଜ୍ଞ ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠାତା ଡକ୍ଟର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏକକ ଫଟୋ ପ୍ରଦର୍ଶନୀ କରିଛନ୍ତି।

ଏସିଆନ ୱାଇଲଡ ଲାଇଫ୍ ଟ୍ରଷ୍ଟ ପକ୍ଷରୁ ହୋଇଥିବା ଏହି ପ୍ରଦର୍ଶନୀ ହାର୍ଟବିଟସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ସହ ପ୍ରଦର୍ଶିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ।ଭାରତ ଓ ଆଫ୍ରିକାର ବନ୍ୟଜନ୍ତୁଙ୍କ ଉପରେ ହୋଇଥିବା ଏହି ପ୍ରଦର୍ଶନୀ ଦେଖି ଡାକ୍ତର ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ତେବେ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍‌ସ୍‌’ର ଉନ୍ମୋଚନ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଡାକ୍ତର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଏସିଆନ୍ ୱାଇଲ୍‌ଡ୍‌ ଲାଇଫ୍‌ ଟ୍ରଷ୍ଟ’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.