ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ |  ରାଇରଙ୍ଗପୁର ସହରସ୍ତ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମଜୟନ୍ତୀ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି | ଭୋର ୫ଟା ସମୟରେ ନଗର ସଂକୀର୍ତ୍ତନ ପରେ ମନ୍ଦିରର ଆନୁଷ୍ଠାନିକ ପତାକା ଉତ୍ତୋଳନ କରାଯାଇଥିଲା |

ମନ୍ଦିରରେ ଅଷ୍ଟ ସହସ୍ର ନାମ ପୂଜାର୍ଚ୍ଚନା ସମାପନା ପରେ ବାବାଙ୍କ ଫଟୋ ଚିତ୍ରକୁ ଫୁଲସଜା ଗାଡିରେ ଥୋଇ ନଗର ପରିକ୍ରମା ହୋଇଥିଲା | ଏହି ଅବସରରେ ବଜାର ପୁରୁଣା ମନ୍ଦିରକୁ ଭକ୍ତବୃନ୍ଦ ପରିଦର୍ଶନ କରିଥିଲେ | ସେଠାରେ କିଛିକ୍ଷଣ ବିତେଇବା ପରେ ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ଆରତୀ ସମାପନ ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କମିଟୀ ପକ୍ଷରୁ କରାଯାଇଥିଲା | ଏହି ପବିତ୍ର ଦିବସରେ ରାଇରଙ୍ଗପୁର ସତ୍ୟସାଇ ସେବା ସମିତି ପକ୍ଷରୁ ଦରିଦ୍ର ନାରାୟଣ ସେବା ଓ ଉପଖଣ୍ଡ ଡାକ୍ତରଖାନାରେ ଫଳ ଓ ବିସ୍କୃଟ ବଣ୍ଟନ କରାଯାଇଥିଲା | ୪ଟା ବେଳେ କିଛି ଦରିଦ୍ର ଲୋକମାନଙ୍କୁ ଶୀତ ବସ୍ତ୍ର କମିଟୀ ପକ୍ଷରୁ ବିତରଣ କରାଯାଇଥିଲା | ସନ୍ଧ୍ୟା ସମୟରେ ଭଜନ ପରିବେଷଣ ହୋଇଥିଲା |

ତାପରେ ସତ୍ୟସାଇ ବାବାଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ହୋଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ମିଶ୍ର, ରବୀନ୍ଦ୍ର ନାଥ ଜେନା, ଅଶୋକ ରାମ ପ୍ରଜାପତି, ଦେବବ୍ରତ ମହାନ୍ତି, ସନ୍ତୋଶ କୁମାର ମହାନ୍ତି, ସଂଜୀବ କୁମାର ଲେଙ୍କା, ହିମାଂଶୁ ଶେଖର ବଳ, ସାଇ ବିଭୂତି ମହାନ୍ତି, ଛତିଶ ଚନ୍ଦ୍ର ବାରିକ, ଶୁଶିଳା ପାତ୍ର, ଇତିଶ୍ରୀ ମହାନ୍ତି, ମଞ୍ଜୁଶ୍ରୀ ଲେଙ୍କା,ପ୍ରତିଭା ଜେନା, ପ୍ରଭାସିନୀ ଦାଶ, ଭାରତୀ ଦାଶ, କବିତା ପଣ୍ଡା, ଶୁଭମ ପଣ୍ଡା, କଟି ପଣ୍ଡା, ପ୍ରଭାକର ମହାନ୍ତି , ରାଧାରାଣୀ ମହାନ୍ତି, ଅଶୋକ ଅଗ୍ରୱାଲା ତଥା ବହୁ ସାଇପ୍ରେମୀ ଭାଇଭଉଣୀ ଉପସ୍ଥିତ ରହିଥିଲେ |

Leave A Reply

Your email address will not be published.