ଡଙ୍ଗା ପ୍ରସ୍ତୁତି ରେ କାରିଗର ମାନେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବର୍ଷର ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତିକ ମାସ l ଏହି ମାସକୁ ଧର୍ମର ମାସ ବୋଲି ମଧ୍ୟ ବେବେଚିତ କରାଯାଏ l ଏହି ମାସରେ ବିଭିନ୍ନ ଦେବା ଦେବି ମାନଙ୍କୁ ମର୍ତ୍ୟ ମଣ୍ଡଳୀ କୁ ଆବାହନ କରାଯାଇ ପୂଜା ଅର୍ଚନା କରାଯାଏ l ଏହି ମାସର ଶେଷ ସପ୍ତାହ ରେ ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା ପଡେ l ଓଡ଼ିଶାର ଐତିହ୍ୟ ପ୍ରାଚୀନ ପରମ୍ପରା କୁ ଉଦ୍ଜୀବତ ରଖିବା ପାଇଁ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଡ଼ଙ୍ଗା ଭସେଇବାର ପରମ୍ପରା ରହିଛି l

ଏହି ଦିନ ଡ଼ଙ୍ଗା ଭସାଇ ପୂର୍ଣ୍ଣ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି l କାର୍ତ୍ତିକ ପୂର୍ଣ୍ଣିମା କୁ ନେଇ ପୁରପଲ୍ଲୀ ଗାଁ ଠୁ ସହର ସବୁଆଡେ ଉତ୍ସବ ମୁଖର l କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଡ଼ଙ୍ଗା ତିଆରି କରିବାରେ ବ୍ୟସ୍ତ ଡ଼ଙ୍ଗା କାରିଗର l ଚାଲନ୍ତୁ ଦେଖିବା କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗାଁ ରୁ ଏହି ରିପୋର୍ଟ l ଡ଼ଙ୍ଗା ତିଆରି କରିବାରେ ଲାଗିପଡିଛନ୍ତି ଡ଼ଙ୍ଗା କାରିଗର l ଦେଖନ୍ତୁ ଘରର ମହିଳା ଠୁ ଆରମ୍ଭ କରି ପୁରୁଷ ଓ ଯୁବକ ମାନେ କିଭଳି ପ୍ରସ୍ତୁତ କରୁଛନ୍ତି ଡ଼ଙ୍ଗା l

ରଙ୍ଗ ବେରଙ୍ଗର କଚରିଙ୍ଗ କାଗଜ ଓ ଜରି କଟାଯାଇ ସେସବୁକୁ ସୋଲରେ ଅଠା ସହ ଲେସ ଲଗାଇ ସୁନ୍ଦର ସୁନ୍ଦର ଡ଼ଙ୍ଗା ପ୍ରସ୍ତୁତ କରୁଛନ୍ତି କାରିଗର । କିଏ ରଙ୍ଗ ଦେଉଛି ତ ଆଉ କିଏ ସୋଲରେ ଆଠ ଲଗାଉଛି । ଘରର ମହିଳା ମାନେ ଘର କାମ ସାରି ଡ଼ଙ୍ଗା ତିଆରିରେ ଲାଗିପଡିଛନ୍ତି l ବୋଇତ ଡ଼ଙ୍ଗା, ବତକ ଡ଼ଙ୍ଗା, ଟାଇଟେନିକ ଜାହାଜ ଡ଼ଙ୍ଗା, ମନ୍ଦିର ଡ଼ଙ୍ଗା, ରାଧା କୃଷ୍ଣ ଝୁଲଣ ଡ଼ଙ୍ଗା ସହ ଭଳିକି ଭଳି ହଜାର ହଜାର ଡାଙ୍ଗ ତିଆରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟୁଉଥିବା କାରିଗର ମାନେ ଚଳିତ ବର୍ଷ ପାଗା ଅନୁକୂଳ ରହିଲେ ଭଲ ଦୁଇ ପଇସା ରୋଜାଗାର ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.