ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ବ୍ଲକରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ | ରାଇରଙ୍ଗପୁର ବିଧାନସଭା ମଣ୍ଡଳୀର ରାଇରଙ୍ଗପୁର ବ୍ଲକରେ ବିଜେଡି ସରକାରଙ୍କର ବ୍ୟାପକ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଭାରତୀୟ ଜନତା ପାର୍ଟି ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ସଂପାଦକ ନବୀନ ରାମଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟରେ ବିନା ପଲ୍ଲୀସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ତଥା ଅନ୍ୟାନ୍ୟ ପଞ୍ଚାୟତ କାର୍ଯ୍ୟ ଚାଲୁରହିଛି |
ସରକାର ଏବେ ଆମ ଓଡିଶା ନୀବନ ଓଡିଶା ଯୋଜନା କଲେ, କିନ୍ତୁ ବିଜେଡି ସରକାର ୨୩ ବର୍ଷ ଶାସନ କଲେ ମଧ୍ୟ କଅଣ ଗାଁ ପଞ୍ଚାୟତର ଉନ୍ନତି କରିପାରିନାହାଁନ୍ତି | ସେହିପରି ଶିକ୍ଷା କ୍ଷେତ୍ରରେ ରାଜ୍ୟ ବିପର୍ଯ୍ୟସ୍ତ ହୋଇଯାଇଛି , କାରଣ ମାତ୍ର ୫ଟି ଶିକ୍ଷକରେ ଚାଲିଛି ବିଦ୍ୟାଳୟ ତଥା ସ୍ବାସ୍ଥ୍ୟ ସମ୍ପର୍ଣ୍ଣ ରାଜ୍ୟ ଦିଗହରା ହୋଇଯାଇଛି, କାରଣ ସରକାର ଡାକ୍ତରଖାନାରେ ଡାକ୍ତର ଯୋଗାଇପାରୁନାହାଁନ୍ତି କିନ୍ତୁ ଡାକ୍ତରଖାନାରେ କୋଠାଘର ଉପରେ କୋଠାଘର ତିଆରି ଚାଲିଛି | ସେହିପରି ଏଠିକାର ଲୋକେ ଦାଦନ ଶ୍ରମିକ ଭାବେ ଖଟିବାକୁ ବାହର ରାଜ୍ୟକୁ ଯାଉଛନ୍ତି, ଏଠାରେ ନା ଅଛି ଶିଳ୍ପ ଅନୁଷ୍ଠାନ, ନା ଅଛି କର୍ମ ନିଯୁକ୍ତି ସୁଯୋଗ | ଏହି ବିକ୍ଷୋଭରେ ଶତାଧିକ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ |
ସେମାନଙ୍କ ମଧ୍ୟରେ ପୂର୍ବ ମୟୂରଭଞ୍ଜ ଉପସଭାପତି କବି ବିଷ୍ଣୁ ଶତପଥୀ, ନଗର ସଭାପତି ସୁରଥ ପଟ୍ଟନାୟକ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୁ ଗୋପାଳ ଗୋପ, ଏସ ଟି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାମଚନ୍ଦ୍ର ହାଁସଦାଃ, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଦ, ବରିଷ୍ଠ ବିଜେପି ନେତା ବିଜୟ ନାୟକ, ବରିଷ୍ଠ ନେତ୍ରୀ ମିଥିଳା ଟୁଡୁ, ମହିଳା ନେତ୍ରୀ ମଞ୍ଜୁଲତା ଗିରି, ମଣ୍ଡଳ ସଭାପତି ଉମେଶ ସାଓ, ଲକ୍ଷ୍ମଣ ମହାନ୍ତ, ବରିଷ୍ଠ ନେତା ବିଜୟ ମହାନ୍ତ, ଭବାନୀ ମହାନ୍ତ, ଗୋରୁମହିଷାଣୀର ଜଣାଶୁଣା ନେତା ବିଦ୍ୟାପତି ଗିରି, ବରିଷ୍ଠ ନେତା ପ୍ରେମଚାନ୍ଦ ହିନ୍ଦୟାର, ସାନପାଖନା ସରପଞ୍ଚ ସାୱନା ମାଝୀ, କେନ୍ଦ୍ରମନ୍ତ୍ରୀ ପ୍ରତିନିଧି ସଂଜୟ ନାଏକ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଆଲୋକ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ସମରା ମାର୍ଣ୍ଡି, ଏସ ଟି ମୋର୍ଚ୍ଚା ଉପସଭାପତି ସୋମନାଥ ମାଝୀ, ଏମ ପି ପ୍ରତିନିଧି ସାମନ୍ତ ଚନ୍ଦ୍ର ଶେଖର ସିଂ ଗିରି ପ୍ରମୁଖ ଉପସ୍ଥିତ ଥିଲେ |