ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଉ କିଛି ଘଣ୍ଟାର ଅପେକ୍ଷା । ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ । କାରଣ ବାକି ଥିବା ୧୦ରୁ ୧୨ ମିଟର୍ ଭିତରେ ଆଗାମୀ ୫ ମିଟର୍ ରେ କୌଣସି କଠିନ ସାମଗ୍ରୀ ନାହିଁ । ତେଣୁ ବିନା କୌଣସି ବାଧାରେ ଡ୍ରିଲିଂ ସରିବ ଓ ପାଇପ୍ ବିଛା ଯାଇ ପାରିବ ।
ପାହାଡ଼ ଉପରେ ଡ୍ରିଲିଂ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଅଗର ମେସିନରେ ଶ୍ରମିକ ନିକଟରେ ପହଞ୍ଚିବାକୁ କରାଯାଉଥିବା ଡ୍ରିଲିଂରେ ପୁଣି ଥରେ ବାଧା ସୃଷ୍ଟି ହୋଇଛି । ଫଳରେ ଉଦ୍ଧାର କାର୍ଯ୍ୟକୁ ରୋକା ଯାଇଛି । ସୂଚନା ଅନୁଯାୟୀ, ଏବେ ପାହାଡ଼ ଖୋଲିବା କାର୍ଯ୍ୟ ମାନ୍ୟୁଆଲ୍ ହେବ । ଉଦ୍ଧାରକାରୀ ଦଳ ହାତରେ ଖୋଳି ୪୧ ଶ୍ରମିକଙ୍କୁ ଉଦ୍ଧାର କରିବେ ।ସୁଡ଼ଙ୍ଗ ଭିତରରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ମାତ୍ର ୧୦ ମିଟର ପଥର ଚଟାଣ କାଟିବାକୁ ବଡ଼ିବ । ବର୍ତ୍ତମାନ ସୁଦ୍ଧା ୬ ମିଟର ଷ୍ଟିଲ୍ ପାଇପ୍ ଟିନେଲ୍ ଭିତରେ ଛଡ଼ାଯାଇଛି । ଆଉ ୨ଟି ପାଇପ୍ ବିଛା ହେବା ପରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ। ସୁଡ଼ଙ୍ଗ ଭିତରେ ଏବେ ସୁଦ୍ଧା ୯ଟି ପାଇପ୍ ଭର୍ତ୍ତି କରାଯାଇଛି ।
ଆହୁରି ୨ଟି ଷ୍ଟିଲ୍ ପାଇପ୍ ଭର୍ତ୍ତି କରାଯିବ । ଅନ୍ୟପଟେ ଡ୍ରିଲିଂ ବେଳେ ପୁଣି ବାଧା ସୃଷ୍ଟି ହୋଇଛି । ସୁଡ଼ଙ୍ଗରେ ପାଇପ୍ ଭର୍ତ୍ତି କରିବା ରାସ୍ତାରେ ଲୁହା ଜାଲି ସାମ୍ନାକୁ ଆସିଛି । ଉଦ୍ଧାରକାରୀ ଦଳ ଏହାକୁ ରାସ୍ତାରୁ ହଟାଉଛନ୍ତି । ଏହା ପରେ ପୁଣି ଥରେ ଡ୍ରିଲିଂ ହେବ । ଶ୍ରମିକଙ୍କୁ ଟେନଲ ଭିତରୁ ଉଦ୍ଧାର ପାଇଁ ୮୦ ସେଣ୍ଟିମିଟର ବ୍ୟାସ ବିଶିଷ୍ଟ ହୋଲ୍ କରାଯାଇ ସେଥିରେ ଷ୍ଟିଲ୍ ପାଇପ୍ ଭର୍ତ୍ତି କରାଯାଉଛି । ଏହି ପାଇପ ସାହାଯ୍ୟରେ ରୋଲିଂ ଷ୍ଟ୍ରେଚର ଭର୍ତ୍ତି କରି ଶ୍ରମିକଙ୍କୁ ଜଣକ ପରେ ଜଣଙ୍କୁ ବାହାରକୁ ଅଣାଯିବ ।