ରାଜସ୍ଥାନ ବିଧାନସଭା ଲାଗି ଭୋଟଗ୍ରହଣ ଆରମ୍ଭ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଜସ୍ଥାନ ବିଧାନସଭା ଲାଗି ଭୋଟଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ୧୯୯ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ରାଜ୍ୟରେ ମୋଟ୍ ୨୦୦ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ କରଣପୁର ଆସନରେ ଭୋଟ୍ ସ୍ଥଗିତ ରଖାଯାଇଛି ।

ମତଦାନ ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ମଇଦାନରେ ବିଜେପି, କଂଗ୍ରେସ ପ୍ରାର୍ଥୀ ବ୍ୟତୀତ ସିପିଏମ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆମ ଆଦମୀ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରାର୍ଥୀ ମଧ୍ୟ ରହିଛନ୍ତି । କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ । 51,507ଟି କେନ୍ଦ୍ରର ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ 5 କୋଟି 26 ଲକ୍ଷ 90 ହଜାର 146 ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ସମୁଦାୟ ଭୋଟରଙ୍କ ମଧ୍ୟରୁ 18ରୁ 30 ବର୍ଷ ବୟସ ମଧ୍ୟରେ 1 କୋଟି 70 ଲକ୍ଷ 99 ହଜାର 334 ଜଣ ଭୋଟର ରହିଛନ୍ତି । ସେହିପରି 18ରୁ 19 ବର୍ଷ ବୟସ ମଧ୍ୟରେ 22 ଲକ୍ଷ 61 ହଜାର 8 ଜଣ ଭୋଟର ରହିଛନ୍ତି । ଭୋଟିଂ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲାଗି ପ୍ରାୟ ଦେଢ ଲକ୍ଷ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ଲାଗି 6,287 ମାଇକ୍ରୋ ପର୍ଯ୍ୟବେକ୍ଷକ ଏବଂ 6247 ସେକ୍ଟର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏମାନେ ମତଦାନ ଟିମ ସହିତ ନିରନ୍ତର ସମନ୍ବୟ ରକ୍ଷା କରି ତୁରନ୍ତ ଯେକୌଣସି ପ୍ରକାରର ସମସ୍ୟାର ସମାଧାନ କରିବେ । ସମସ୍ତ ସେକ୍ଟର ଅଧିକାରୀଙ୍କୁ ଏକ ଅତିରିକ୍ତ ଇଭିଏମ୍ ମେସିନ ମଧ୍ୟ ଦିଆଯାଇଛି । ଇଭିଏମ୍ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତ୍ୟେକ ବିଧାନସଭା ଆସନରେ 2ଜଣ ଇଞ୍ଜିନିୟର ଉପସ୍ଥିତ ରହିଛନ୍ତି । ଇଭିଏମ୍‌ରେ କୌଣସି ତ୍ରୁଟି ସମ୍ବନ୍ଧୀୟ ସୂଚନା ପାଇବା ପରେ ତୁରନ୍ତ ସେମାନେ କେନ୍ଦ୍ରରେ ପହଞ୍ଚିବେ । ଏହି ଇଞ୍ଜିନିୟରମାନଙ୍କ ନିକଟରେ ମଧ୍ୟ ଗୋଟିଏ ଅତିରିକ୍ତ ଇଭିଏମ୍ ମେସିନ ରହିଛି ।

Leave A Reply

Your email address will not be published.