ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ଏବେ ଡାଲି ଓ ତୈଳବୀଜ ଫସଲରେ ପାଉଁଶିଆ ରୋଗ ଓ ଜଉ ପୋକ ଲାଗିପାରେ । ଆଳୁ ଫସଲକୁ ପତ୍ରପୋଡ଼ା ଆଶଙ୍କା ଅଛି । ଅନୁମୋଦିତ ଔଷଧ ସିଞ୍ଚନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ନଷ୍ଟ ହୋଇଥିବା ଖରିଫ୍‌ ଧାନ କ୍ଷେତରେ ମାଟି ବତର ଥିଲେ ମୁଗ ଓ ଅନ୍ୟ ପନିପରିବା ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୫ ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ବିଷୁବରେଖାର ପାଖରେ ଥିବାରୁ ଦୁଇ ଦିନ ଯାଏ ଘନୀଭୂତ ହେବନି । ୨୭ରେ ଏହା ଲଘୁଚାପରେ ପରିଣତ ହେବ । ୨୮ରେ ଏହା ଅବପାତ ହେବା ସହ ୩୦ରେ ବାତ୍ୟା ରୂପ ନେବ।

ଡିସେମ୍ବର ୨ରେ ଏହା ବାଂଲାଦେଶର ଦକ୍ଷିଣ ଉପକୂଳକୁ ସ୍ପର୍ଶ କରିବ ଅନ୍ୟପଟେ, ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ୧ ତାରିଖରୁ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ କମିବ । ଉତ୍ତର ଆଭ୍ୟନ୍ତରଣରେ ୨ଡିଗ୍ରୀ କମିପାରେ । ଉପକୂଳ ଓଡ଼ିଶାରେ ଡିସେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ୨ ତାରିଖରୁ ତାପମାତ୍ରା କମିବା ନେଇ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ।

Leave A Reply

Your email address will not be published.