ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟିପ୍ପର। ଏହି ଦୁର୍ଘଟଣା ରେ ୫ଜଣଙ୍କର ମୃତ । ତେବେ ସୂଚନା ମୁତାବକ, ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟିପ୍ପର । ଏହି ମର୍ମନ୍ତୁତ ଦୁର୍ଘଟଣା ରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣ ଟିପ୍ପର ଭିତରେ ଫସି ରହିଥିବା ଜଣାପଡିଛି ।
ସୂଚନା ପାଇବା ପରେ ସ୍ଥାନୀୟ ଲୋକେ, ପୋଲିସ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଘାଟି ତଳକୁ ଖସିଥିବା ଟିପ୍ପରରେ ଲୁହା ଛଡ଼ ଓ ସିମେଣ୍ଟ ଯାଉଥିଲା। ବିଏସ୍ଏଫ୍ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ବଡ଼ପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।ସୂଚନା ଅନୁସାରେ ଟିପ୍ପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା । ହେଲେ ହନ୍ତାଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟିପ୍ପର ।
ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଅନ୍ୟ ଶ୍ରମିକମାନେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।