ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଶ୍ରୀ ଜଗନ୍ନାଥ । ହେଲେ ଜଗନ୍ନାଥ ତ ମନ୍ଦିର ଭିତରେ ଅଛନ୍ତି ପୁଣି ବାହାରେ କାହିଁକି ପ୍ରଭୁ ଜଗନ୍ନାଥ ଅଛନ୍ତି ? କାହା ପାଇଁ ସେ ବାହାରକୁ ଆସଛନ୍ତି ? କାହିଁକି ତାଙ୍କର ନାମ ପତିତ ପାବନ ଜଗନ୍ନାଥ ହେଲା ? ତେବେ ଆସନ୍ତୁ ଜାଣିବା ମହାପ୍ରଭୁ ଙ୍କ ଅଲୌକିକ ରହସ୍ୟ ବିଷୟରେ …
ହଁ ଆଜ୍ଞା ମଧ୍ୟକାଳୀନ ସମୟରେ ମୁସିଲିମ୍ ଙ୍କ ଆକ୍ରମଣ । ଆଉ ମୁସଲିମ ରାଜାଙ୍କ ଆତଙ୍କ ଚରମ ସୀମାରେ ଥିଲା। ସେମାନେ ହିନ୍ଦୁ ମନ୍ଦିରକୁ ଭାଙ୍ଗିବା ଆଉ ମନ୍ଦିରରୁ ଧନ ସଂପତ୍ତି ଲୁଟିବା ଓ ହିନ୍ଦୁ ସ୍ତ୍ରୀ ମାନଙ୍କୁ ଜବରଦସ୍ତ ବିବାହ କରୁଥିଲେ । ତେବେ ବାଧ୍ୟ ହୋଇ ବହୁ ହିନ୍ଦୁ ରାଜା ତାଙ୍କ ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଆପଣାଉ ଥିଲେ । ତାଙ୍କର ଲକ୍ଷ୍ୟ ଥିଲା ମୋଗଲ ସାମ୍ରାଜ୍ୟ କୁ ବହୁ କର ମିଳୁଥାଉ । ଏହିପରି ଅତ୍ୟାଚାର ର ଶିକାର ହେଉଥିଲେ ଓଡ଼ିଶାର ରାଜା ରାମଚନ୍ଦ୍ର ଦେବ । ସେ ମଧ୍ୟ ବାଧ୍ୟ ହୋଇ ମୋଗଲ ସାମ୍ରାଜ୍ୟ ଅଧିନସ୍ଥ କାମ କରୁଥିଲେ । ତାଙ୍କର ରାଜ୍ୟ ପୁରୀ ପାଖା ଖୋର୍ଦ୍ଧା ରେ ଥିଲା । ତାଙ୍କ ରାଜ୍ୟ ର ସୁବେଦର୍ ଥିଲେ ଦପ୍ତି ଖାଁନ । ସେ ହିନ୍ଦୁ ମାନଙ୍କର ପ୍ରବଳ ବିରୋଧ କରୁଥିଲେ । ସେ ଚାହୁଁଥିଲେ କିପରି ହିନ୍ଦୁ ମନ୍ଦିର ଭାଙ୍ଗି ଦିଆ ଯିବ । କିଭଳି ହିନ୍ଦୁ ମାନଙ୍କ ଧର୍ମ ପରିବର୍ତ୍ତନ କରାଯିବ । ଆଉ କିପରି ରାଜ୍ୟ ରୁ କର ଆଦାୟ ହେବ । ତାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ିବାକୁ ଲାଗିଲା ।
ରାଜା ରାମଚନ୍ଦ୍ର ଏହାକୁ ଦେଖି ଜମାରୁ ବି ସହ୍ୟ କରିପାରିଲେ ନାହିଁ ।ନିଜ ରାଜ୍ୟ ର ଏତେ ଦୁଃଖ ଓ ଅତ୍ୟାଚାର ଦେଖି, ତପତି ଖାଁନ ଙ୍କ ବିପକ୍ଷରେ ଯୁଦ୍ଧ କଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ରାଜା ରାମଚନ୍ଦ୍ର ଏହି ଯୁଦ୍ଧ ରେ ହରିଥିଲେ ଆଉ ତପ୍ତି ଖନ ତାଙ୍କୁ ବନ୍ଦୀ କରିଥିଲେ । ଆଉ ବନ୍ଦୀ ପରେ ରାଜା ବହୁ ଚିନ୍ତିତ ଥିଲେ । ସେ ଜାଣିଥିଲେ ତପ୍ତି ଖାନ ପୁରୀ ଶ୍ରୀ ମନ୍ଦିର ଆକ୍ରମଣ କରିବା । ଏହି ଚିନ୍ତିତ ଭିତରେ ତପ୍ତି ଖାନ ଙ୍କ ପ୍ରସ୍ତପ ଆସିଲା । ଯଦି ସେ ତାଙ୍କ ଭଉଣୀ ରଜିଆ ଙ୍କୁ ବିବାହ କରିବେ, ତେବେ ସେ ତାଙ୍କୁ ସବୁଦିନ ପାଇଁ ବନ୍ଦୀ ରୁ ମୁକ୍ତ କରିଦେବେ। ତେବେ ରାଜା ଭାବିଲେ ଯଦି ମୁ ରଜିଆ ଙ୍କୁ ବିବାହ କରିବି ତେବେ ମୁଁ ପୁରୀ ଶ୍ରୀ ମନ୍ଦିର ସୁରକ୍ଷିତ କରିପାରିବି । ହେଲେ ରଜିଆ ସ୍ପର୍ଶ କଲେ ଧର୍ମ ପରିବର୍ତ୍ତନ ହେଇଯିବ ବୋଲି ଭୟ ଥିଲା । କିନ୍ତୁ ରଜିଆ ବି ଥିଲେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ।
ଆଉ ସେ ବି ଚାହୁଁଥିଲେ ରାଜା ରାମଚନ୍ଦ୍ର ତାଙ୍କୁ ବିବାହ କରନ୍ତୁ । ଆଉ ଶ୍ରୀ ମନ୍ଦିର କୁ ସୁରକ୍ଷା ଦିଅନ୍ତୁ । ଆଉ ଏହା ପରେ ରାଜା ରଜିଆକୁ ବିବାହ କରିଲେ । ଆଉ ବିବାହ ପରେ ରାଜା ବନ୍ଦୀ ମୁକ୍ତ ହେଇଗଲେ । ଆଉ ଖୋର୍ଦ୍ଧା ରେ ଆସି ରହିଲେ । ହେଲେ ରଜିଆ ତାଙ୍କ ସହ ଆସିନଥିଲେ ସେ ରହିଗଲେ କଟକ ରେ । ଆଉ ରାଜା କଟକ କୁ ସପ୍ତାହରେ ଥରେ ଯାଆନ୍ତି ଦେଖା କରିବାକୁ । ହେଲେ ପ୍ରଜା ମାନେ ଜନିଗଲେ ରାଜା ଜଣେ ମୁସଲମାନ ଙ୍କୁ ବିବାହ କରିଛନ୍ତି । ସେମାନେ ବହୁତ୍ ଦୁଃଖିତ ହୋଇଗଲେ ।ଜଗନ୍ନାଥ ମନ୍ଦିର ର ସମସ୍ତ ପୂଜାରୀ ରାଗିଗଲେ । ହିନ୍ଦୁ ରାଣୀ ତାଙ୍କୁ ଛାଡ଼ିକି ପଳେଇଲେ । ରାଜା ମୁସିଲମ ଝିଅ କୁ ବିବାହ କରିଥିବାରୁ ରାଜା ମୁସଲିମ ହୋଇଗଲେ ।
ତେବେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଗଲା । ରାଜା ପୁରା ମହଲରେ ଏକା ହୋଇଗଲେ । କିନ୍ତୁ ପୂଜାରୀ ମାନେ ଏହା ଜାଣିପାରୁନଥିଲି ଯେ ମହାରାଜା ଜଗନ୍ନାଥଙ୍କର ଏତେ ବଡ ଭକ୍ତ ଥିଲେ ବୋଲି । ପରେ ରାଜାଙ୍କ ଠାରୁ ଶ୍ରୀମନ୍ଦିର ସମସ୍ତ ଅଧିକାର ଛଡେଇ ନେଇଗଲେ । କିନ୍ତୁ ଭକ୍ତ ବିନା ଭଗବାନ କେମିତି ରହିପାରିବ । ବା ଭଗବାନ ବିନା ଭକ୍ତ କେମିତି ରହିପାରିବ । ଏତେ ସବୁ ଘଟଣା ହେଲା ପରେ ବି ରାଜାଙ୍କ ର ଜଗନ୍ନାଥ ଙ୍କ ପ୍ରତି ଭକ୍ତି କମିନଥିଲା । ଆଉ ସେ ଦିନ ବେଳା ଜଗନ୍ନାଥ ଙ୍କୁ ଦର୍ଶନ କରିପାରିନଥିଲେ । ସବୁଦିନ ରାତି ହେଲେ ରାଜା ସିଂହଦ୍ଵାର କୁ ଯାଇକି ବହୁତ୍ ଯୋରେ କାନ୍ଦନ୍ତି । ଆଉ ପ୍ରଭୁ ଙ୍କୁ କୁହନ୍ତି ହେ ପ୍ରଭୁ ଆପଣ ତ ସର୍ବଜ୍ଞ ଅଟନ୍ତି । ଆପଣ ତ ଜାଣିଛନ୍ତି ମୁ କଣ ପାଇଁ ଧର୍ମ ପରିବର୍ତ୍ତନ କରିଲି ।ଭକ୍ତ ର ଦୁଃଖ ଶୁଣି କେମିତି ବା ଜଗନ୍ନାଥ ଶୋଇବେ ଶାନ୍ତିରେ । ତେବେ ଶ୍ରୀ ଜଗନ୍ନାଥ ସିଂହାସନ ରୁ ଉଠି ସିଂଘଦ୍ଵାର କୁ ଆସିଲେ ଭକ୍ତକୁ ଦେଖା କରିବା ପାଇଁ । ନିଜ ଆରାଧ୍ୟ ଦେବତାକୁ ଦେଖି ରାଜା ଙ୍କ ଆଖିରୁ ଖୁସି ର ଲୁହ ଝରିଗଲା ।
ଭକ୍ତ ଭଗବାନ ଙ୍କୁ ଓ ଭଗବାନ ତା ଭକ୍ତ କୁ ଦେଖି ଫେରିଗଲେ । ଏମିତି ପ୍ରତେକ ଦିନ ହୁଏ । ଏଠାରେ ଥିବା ପୂଜକ ଚିନ୍ତିତ ହୋଇଗଲେ କାରଣ ସବୁଦିନ ଯେତେବଳେ ସେ ଗର୍ଭ ଗୃହ ର କବାଟ ଖୋଲନ୍ତୁ ଭଗବାନ ଙ୍କ ଅଳଙ୍କାର ପୁଷ୍ପ ଏପଟ ସେପଟ ହୋଇ ପଡ଼ିଥାଏ । ସିହଂଶନ ରୁ ରତ୍ନ ସିଂହାସନ ଯାଏ ପୁଷ୍ପ ଖେଳାଇ ହୋଇ ପଡ଼ିଥାଏ । କିଛି ତ ଚମତ୍କାର ହେଉଛି । ହେଲେ କଣ ହେଉଛି ସେ ଏହା ଜାଣି ପାରିନଥିଲେ । ତେବେ ଜଗନ୍ନାଥ ଙ୍କର ଜଣେ ମୁଖ୍ୟ ପୂଜାରୀ ନଖାଇ ନପିଇ ଜଗନ୍ନାଥ ଙ୍କ ସାମ୍ନାରେ ମଉନ ବ୍ରତ କରି ବସିଲା । ସେ ଭାବିଲେ ଜଗନ୍ନାଥ ତାଙ୍କୁ କିଛି ସନ୍ଦେଶ ଦେବେ । ଆଉ ସେହି ଦିନ ରାତି ରେ ଜଗନ୍ନାଥ ସ୍ବପ୍ନ ରେ ଅସିକି କହିଲେ ରାଜା ରାମଚନ୍ଦ୍ର ମୋର ପରମ ଭକ୍ତ ଅଟେ । ମନ୍ଦିର କୁ ସୁରକ୍ଷା ଦେବାକୁ ଯାଇ ସେ ଜଣେ ମୁସଲିମ ଯୁବତୀ କୁ ବିବାହ କରିଥିଲେ । କିନ୍ତୁ ଆଜି ବି ମୋ ଦର୍ଶନ ବିନା ସେ ରହିପାରୁ ନାହାନ୍ତି । ତେବେ ସେ ପ୍ରତେକ୍ ଦିନ ସିଂହଦ୍ଵାର ସମ୍ମୁଖ କୁ ଆସି ଜୋର୍ ଜୋର୍ କାନ୍ଦୁଛି । ଆଉ ମୋତେ ଡାକୁଛି । ଏହି ଭଳି ନିଷ୍ପପ ଭକ୍ତ ଠାରୁ କେମିତି ଦୁରେଇବି। ତେଣୁ ମୁଁ ସବୁଦିନ ଯାଉଛି ଦେଖା କରିବାକୁ । ତମେ ଗୋଟେ କାମ କର ମୋ ପାଇଁ ସିଂହଦ୍ଵାର ପାଖରେ ଗୋଟେ ଗୃହ କର ଆଉ ମୋର ବିଗ୍ରହ ସ୍ଥାପନ କର । ଯାହା ଦ୍ଵାରା ରାଜା ପ୍ରତେକ ଦିନ ମୋର ଦର୍ଶନ କରିପାରିବେ । ଏହା କହି ଜଗନ୍ନାଥ ଅଦୃଶ୍ୟ ହୋଇଗଲେ । ସମସ୍ତେ ଏହା ବୁଝିପାରିଲେ ରାଜା ରାମଚନ୍ଦ୍ର କେବଳ ଜଗନ୍ନାଥ ଙ୍କୁ ରକ୍ଷା କରିବାକୁ ଯାଇ ଧର୍ମ ପରିବର୍ତ୍ତନ କରିଛନ୍ତି । ତେବେ ପ୍ରଭୁ ଙ୍କ ଆଦେଶ ରେ ମନ୍ଦିର ର ଡାହାଣ ପଟେ ଛୋଟ ଗୃହ ରେ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ କରାଗଲା ।
ରାଜା ରାମଚନ୍ଦ୍ର ଜଣେ ମୁସଲମାନ ଥିଲେ ପତିତ ଥିଲେ । ଆଉ ଜଗନ୍ନାଥ ବାହାରକୁ ଆସିଥିଲେ ତାଙ୍କୁ ପତିତ ରୁ ଉଦ୍ଧାର କରିବା ପାଇଁ । ତେଣୁ ଏଠାରେ ପ୍ରଭୁ ଜଗନ୍ନାଥଙ୍କ ଙ୍କୁ ପତିତ ପବନ ବୋଲି କୁହାଯାଏ । ଏହିପରି ଆଜି ମଧ୍ୟ ମନ୍ଦିର ର ଡାହାଣ ପାଖରେ ପତିତ ପବନ ଜଗନ୍ନାଥ ସେହି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ଯେଉଁ ମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ନାହିଁ । ତେବେ ଦର୍ଶକ ବନ୍ଧୁ ଏ ଥିଲା ପ୍ରଭୁ ଜଗନ୍ନାଥଙ୍କ ଅଲୌକିକ କାହାଣୀ ।