ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଭୁବନେଶ୍ଵର ଏୟାରପୋର୍ଟ ଟୋଲ୍ ଗେଟ୍ ରେ ଅନିୟମିତତା । ଓଡ଼ିଶା ରୁ ଓଡ଼ିଶା ବାହାରକୁ ଗଲେ କିମ୍ବା ଓଡ଼ିଶା ବାହାରୁ କୌଣସି ଲୋକେ ଆସିଲେ, ସାଧାରଣ ଜନତା ଭୁବନେଶ୍ୱର ଏୟାରପୋର୍ଟ ଉପରେ ନିର୍ଭରଶୀଳ ହୋଇଥାନ୍ତି ।
ଏଠାରେ ସରକାର ଗାଡ଼ି ବ୍ୟବସ୍ଥା ପାଇଁ ଟୋଲ୍ ଗେଟ କରାଯାଇଛି । କିନ୍ତୁ ଟୋଲଗେଟ୍ ରେ ଚାଲିଛି ଲୁଟ୍ ସହ ଭୁଲ ରସିଦ । ଟୋଲଗେଟରେ ଥିବା କର୍ତ୍ତୃପକ୍ଷଙ୍କ ଗାଡ଼ି ନମ୍ବର ଲେଖିବାରେ ଭୁଲ କରିବା ସହ କୁ ବ୍ୟବହାର କରୁଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି, ଭୁବନେଶ୍ୱର ଏୟାରପୋର୍ଟ ଟୋଲ୍ ଗେଟ୍ ରେ ।
ଗାଡ଼ି ନମ୍ବର ଭୁଲ ଲେଖି ପଇସା ଆଦାୟ କରୁଛନ୍ତି ଏୟାରପୋର୍ଟ ଟୋଲ୍ ଗେଟ୍ ରେ ଥିବା କର୍ମଚାରୀ । ଯିଏ ଭୁଲ ଦର୍ଶାଇଲେ ମଧ୍ୟ ତାଙ୍କୁ କୁବ୍ୟବହାର ସହ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି କର୍ମଚାରୀ ।