ଅଦ୍ଭୁତ ପୁସ୍ତକ ‘ରାଘବଯାଦବୀୟମ’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଦୁନିଆରେ ଅନେକ ଭାଷାରେ ଏମିତି ଅନେକ ପୁସ୍ତକ ରହିଛି, ଯାହା ଆମକୁ ଏହାର ଜ୍ଞାନ ଦ୍ୱାରା ଆକୃଷ୍ଟ ତଥା ପ୍ରଭାବିତ କରିଥାଏ । ଏଭଳି ପୁସ୍ତକ ପଢିବା ଦ୍ୱାରା ଆମମାନଙ୍କର ଜ୍ଞାନ ବଢିବା ସହ ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତନ ଆସିଥାଏ ।

କିନ୍ତୁ କ’ଣ ଆପଣ ଏଭଳି ଏକ ପୁସ୍ତକ ବିଷୟରେ ଜାଣିଛନ୍ତି ଯାହାର ଲେଖାଶୈଳୀ ଅନ୍ୟ ପୁସ୍ତକଗୁଡିକ ଠାରୁ ଭିନ୍ନ ଏବଂ ଅଦ୍ଭୁତ ମଧ୍ୟ । ତେବେ ଏହି ପୁସ୍ତକର ନାମ ହେଉଛି ‘ରାଘବଯାଦବୀୟମ’ । ଏହି ପୁସ୍ତକର ବିଶେଷତ୍ୱ ହେଉଛି, ଏହି ପୁସ୍ତକର ବାମରୁ ଡାହାଣକୁ ପଢିଲେ ଏଥିରେ ଶ୍ରୀରାମଙ୍କ ସମ୍ପର୍କରେ ଶ୍ଳୋକଗୁଡିକ ଲେଖାଥବବାର ଆପଣ ଦେଖିବାକୁ ପାଇବେ ।

କିନ୍ତୁ ସେହି ସମାନ ପୁସ୍ତକର ସମାନ ଶ୍ଳୋକଗୁଡିକୁ ଆପଣ ଡାହାଣରୁ ବାମକୁ ପଢିଲେ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଲେଖାଥିବା ଦେଖିବାକୁ ପାଇବେ । ଯାହାକି ହି ପୁସ୍ତକକୁ ଅଦ୍ଭୁତ ଏବଂ ବିଶେଷ ପରିଚୟ ଦେଇଛି । ତେବେ ଏହି ପୁସ୍ତକରେ ମୋଟ ୩୦ଟି ଶ୍ଳୋକ ରହିଥିବା ବେଳେ ଏହାର ଲେଖାଶୈଳୀ ହିଁ ଏହାକୁ ଅଧିକ ଲୋକପ୍ରିୟ ତଥା ଆଦୃତ କରିଛି ।

Leave A Reply

Your email address will not be published.